ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

cabinet meeting
Courtesy : http://orissadiary.com

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ । କୋରାପୁଟ ଜିଲ୍ଲାରେ ହେବ ବୃହତ୍‌ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ । ୩ଟି ବ୍ଲକର ୨ ଲକ୍ଷ ୮୦ ହଜାର ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଏହି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୬୮ଟି ଗାଁର ଲୋକ ଉପକୃତ ହେବେ । ବସୁଧା ଯୋଜନାରେ ୨ ବର୍ଷରେ କାର୍ଯ୍ୟ ସଂପୂର୍ଣ୍ଣ ହେବ । ସେହିପରି IIM ସମ୍ବଲପୁରକୁ ମାଗଣାରେ ଦିଆଯିବ ୧୮୧ ଏକର ଜମି । ଏସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନକୁ ମଧ୍ୟ ମଞ୍ଜୁରୀ ମିଳିଛି । ଫଳରେ ବିପିୟୁଟିରୁ ପ୍ରୋ-ଚ୍ୟାନ୍‌ସେଲର ପଦବୀ ଉଚ୍ଛେଦ ହେବ । ଏହା ବ୍ୟତୀତ ଦଶପଲ୍ଲା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ୮୮୧ ହେକ୍ଟର ଜମି ପ୍ରଦାନ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.