ମ୍ୟାଲେରିଆ ନିରାକରଣରେ ସବୁ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା, ମୃତ୍ୟୁ ସଂଖ୍ୟା ବଢ଼ିନାହିଁ

କେନ୍ୟୁଜ୍(ବ୍ୟୁରୋ): ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ସବୁ ରାଜ୍ୟଠୁ ଆଗରେ। ରାଜ୍ୟର ସ୍ଥିତି ମଧ୍ୟ ଭଲ ରହିଛି । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ଖସୁଛି । ୨୦୧୬ରେ ହାରାହାରି ସାଢ଼େ ୪ ଲକ୍ଷ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଏହା ୨୦୧୯ ବେଳକୁ ୪୦ ହଜାରକୁ ଖସି ଆସିଥିଲା । ୨୦୨୦ରେ କୋଭିଡ ମହାମାରୀ ସମୟରେ ସାମାନ୍ୟ ବଢ଼ି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାରରେ ପହଞ୍ଚି ଥିଲା। ଏବର୍ଷ ଯାହା ରିପୋର୍ଟ କହୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମିବ । ସେହିପରି ରାଜ୍ୟରେ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ବଢ଼ିନାହିଁ ।

ରାଜ୍ୟରେ ମହାମାରୀ ସମୟରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ସହ ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଥିଲା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୨୦୧୭ ମସିହାରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଔଷଧଯୁକ୍ତ ମଶାରି ବଣ୍ଟା ଯାଇଥିଲା । ଏହା ପରେ ଗତବର୍ଷ ୧୫୦ କୋଟି ଔଷଧଯୁକ୍ତ ମଶାରି ବଣ୍ଟା ଯାଇଛି । ରାଜ୍ୟରେ ୬ଟି ଜିଲ୍ଲା ମାଲକାନଗିରି, ରାୟଗଡ଼ା, କନ୍ଧମାଳ,ନବରଙ୍ଗପୁର, କଳାହାଣ୍ଡି ଓ ବୌଦ୍ଧରେ ମ୍ୟାଲେରିଆ ନିରାକରଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକାମ ଦମନ କରାଯାଉଛି ।

Leave A Reply

Your email address will not be published.