ଓଡ଼ିଶା ଅଗ୍ନିଶମ ବାହିନୀର ଷ୍ଟ୍ରାଇକିଂ ଫୋର୍ସ ଅଫିସ ଉଦଘାଟନ କଲେ ଅଗ୍ନିଶମ ଡିଜି: ୩ଟି ଜୋନରେ ରହିବ ହେଡ୍‌କ୍ୱାର୍ଟର

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଅଗ୍ନିଶମ ବାହିନୀରେ ପ୍ରଥମ ଥର ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଷ୍ଟ୍ରାଇକିଂ ଫୋର୍ସ ଅଫିସର ଉଦଘାଟନ କରିଥିବା ବେଳେ ଅତ୍ୟାଧୁନିକ ମେସିନ ଗୁଡିକ ବୁଲି ଦେଖିଥିଲେ । କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନରେ ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି Range Headquarter ରହିବ । ପ୍ରତି Range Headquarter ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ମୋଟ ୧୪୪ଟି ପଦବୀ ସୃଷ୍ଟି ହେବ ।

fire dgs

ବ୍ରହ୍ମପୁର ଓ ସମ୍ବଲପୁରରେ ଏହା ଖୁବଶୀଘ୍ର କାର୍ଯ୍ୟ କରିବ । ଷ୍ଟ୍ରାଇକିଂ ଫାୟାର ଫୋର୍ସକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ Striking Force ଭାବରେ ବିକଶିତ କରାଯିବ । ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ଓ ଦୁର୍ଘଟଣା ବେଳେ ଅଗ୍ନିଶମ ସେବା First Responder ଭାବରେ କାର୍ଯ୍ୟ କରି ଲୋକଙ୍କୁ ଠିକ୍‌ ସମୟରେ ସେବା ଯୋଗାଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦ୍ଧାର କରିବାକୁ ଯାଉଥିବା ଅଗ୍ନିଶମ ଗାଡି ଅଧିକାଂଶ ସମୟରେ ଖରାପ ରାସ୍ତାରେ ଫସିଯାଉଥିବା ଦେଖାଯାଉଛି । ଏହାର ସାମଧାନ ପାଇଁ ହାଇଡ୍ରୋଲିକ ମେସିନର ବ୍ୟବହାର କରାଯିବ।

Leave A Reply

Your email address will not be published.