ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର, ସେପ୍ଟେମ୍ବର ମାସରୁ ଲାଗୁ ହେବ ଯୋଜନା

ନବ ଦମ୍ପତ୍ତିଙ୍କୁ ଏକ ନୂଆ ଗିଫଟ ଦେବେ ରାଜ୍ୟ ସରକାର । ଏଣିକି ମାଗଣାରେ ନୂଆ ବାହାହୋଇଥିବା କପଲ ମାନଙ୍କୁ ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରିବାର ନିୟୋଜନ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଉପହାର ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ଏହି ଗିଫଟ ପ୍ୟାକେଟ ଦିଆଯିବ ଯେଉଁଥିରେ କଣ୍ଡୋମ, ଓରାଲ କଣ୍ଟ୍ରାସେପ୍ଟିକ ପିଲ, ପ୍ରେଗନାନସି ଟେଷ୍ଟିଙ୍ଗ କିଟ ସମେତ ଏକ ସୂଚନା ପୁସ୍ତିକା ଯୋଗାଇ ଦିଆଯିବ । ଏହା ସହିତ ଏକ ପଞ୍ଜିକରଣ ଫର୍ମ, ଏକ ଟାୱେଲ, ମିରର,ପାନିଆ ଭଳି ଜିନିଷ ରହିବ । ଆସନ୍ତା ସେପ୍ଟେମ୍ବର ମାସରୁ ଏହି ଯୋଜନା ଲାଗୁ ହେବ । ତେବେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଏକ ଆଗୁଆ ଯୋଜନା ପ୍ରସ୍ତୁତ ସାରିଛି । ଜିଲ୍ଲା ଓ ବ୍ଲକ ସ୍ତରରେ ଏହା ବଣ୍ଟାଯିବ ବୋଲି ଏନଆରଏଚଏମ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.