ଓଡ଼ିଶା ଶିଖାଉଛି ବିପର୍ଯ୍ୟୟ ମୁକାବିଲା ମନ୍ତ୍ର, ପ୍ରାକୃତିକ ବିପର୍ଯ୍ୟୟକୁ କେମିତି ସାମ୍ନା କରିବେ ଶିଖୁଛନ୍ତି IAS ଅଧିକାରୀ

ଭୁବନେଶ୍ୱର(କେ.ନ୍ୟୁଜ ଓଡ଼ିଶା): ଓଡ଼ିଶା ଶିଖାଉଛି ବିପର୍ଯ୍ୟୟ ମୁକାବିଲା ମନ୍ତ୍ର। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ହାନି ରୋକିବା ସହ ସାମ୍ନା କରିବାର ବାଟ ଦେଖାଇବେ ରାଜ୍ୟର ବରିଷ୍ଠ ଅଧିକାରୀ। ଫିଲ୍ଡ କାମ ସହ ମକଡ୍ରିଲ ଦେଖାଇବେ। ବାତ୍ୟା ପୂର୍ବର ପ୍ରସ୍ତୁତି ଓ ବାତ୍ୟା ପରେ ପୁନରୁଦ୍ଧାର ପ୍ରକ୍ରିୟା ସମ୍ପର୍କରେ ଦେବେ ଶିକ୍ଷା। ଏଥିପାଇଁ ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀରେ ୩ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି।

ବିଶେଷକରି ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀ ସହିତ ବରିଷ୍ଠ ନାଗରିକ ଓ ଗର୍ଭବତୀମାନଙ୍କୁ ବାତ୍ୟା ସମୟରେ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ସେ ସମ୍ପର୍କରେ IAS ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଥିରେ ଦେଶର ୯ଟି ରାଜ୍ୟ ସମେତ ୪ଟି କେନ୍ଦ୍ର ଅଞ୍ଚଳରୁ ବରିଷ୍ଠ ଅଧିକାରୀମାନେ ଭାଗ ନେଇଛନ୍ତି।

ପୂର୍ବରୁ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖିବା ପାଇଁ ଲାଲବାହଦୂର ଶାସ୍ତ୍ରୀ ଏକାଡେମୀ ଯାଇଥିଲେ। କିନ୍ତୁ ଏ କ୍ଷେତ୍ରରେ ଓଡ଼ିଶା ରୋଲ୍‌ ମଡେଲ ସାଜିବା ପରେ ରାଜ୍ୟର ଅଭିଜ୍ଞତା ଅନ୍ୟ ରାଜ୍ୟ ପାଇଁ ମଧ୍ୟ ପଥପ୍ରଦର୍ଶକ ହୋଇଛି। ୧୯୯୯ ମହାବାତ୍ୟାରେ ରାଜ୍ୟରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ। ଏହାପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ମୁକାବିଲାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଗତ ୯ ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସାମ୍ନା କରିଥିବା ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟକୁ ପ୍ରଶଂସା କରିଛି ଜାତିସଂଘ। ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ରାଜ୍ୟରେ ODRAF ଓ OSDAMA ଭଳି ସଂସ୍ଥା ଗଠନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.