କେନ୍ଦୁଝର: ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ। କେନ୍ଦୁଝରରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୁନିଲ ନାୟକକୁ ଫାଶୀ ଦଣ୍ଡାଦେଶ। ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ କୋର୍ଟ। ପୋକ୍ସୋ ଆଇନ ଅନୁଯାୟୀ ଦଣ୍ଡାଦେଶ କରିଛନ୍ତି ଏଡିଜେ ଲୋକନାଥ ସାହୁ। ୨୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ କରାଯାଇଛି। ୨୦୧୭ ମସିହାରେ ଚମ୍ପୁଆ ଥାନା ଅଞ୍ଚଳରେ ଘଟିଥିଲା ଏହି ବର୍ବରକାଣ୍ଡ।