ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌: ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ

ଭୁବନେଶ୍ୱର(କେନ୍ୟୁଜ୍):ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌ । ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ । ଏମାନଙ୍କ ଭିତରେ ଅଛନ୍ତି ୧୫ଶହ ୩୬ ଜଣ ମହିଳା । ୩୯୦ ଜଣ ପୁରୁଷ ସେମାନଙ୍କ ପରିବାରକୁ ଫେରିଛନ୍ତି ।

ସେହିପରି ଏହି ସ୍ୱତନ୍ତ୍ର ଅଭିଯାନରେ ଘରକୁ ଫେରିଛନ୍ତି ୨୭୨ ନାବାଳକ ଓ ୩୩ ଜଣ ନାବାଳିକା । ସେପ୍ଟେମ୍ବର ୧ ତାରିଖରୁ ୧୦ ତାରିଖ ଯାଏ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.