ରଥଯାତ୍ରା ପାଇଁ ଓଡିଶା ଟୁରିଜିମର ସ୍ୱତନ୍ତ୍ର ବ୍ୟବସ୍ଥା : ବସରେ ପୁରୀ ଯାଇ ରଥଯାତ୍ରା ଦେଖିବେ ଶ୍ରଦ୍ଧାଳୁ

ପୁରୀ : ରଥଯାତ୍ରା ପାଇଁ ଓଡିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ବା ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀ ରଥଯାତ୍ରା ଦେଖିପାରିବେ ସମ୍ବଲପୁର ଓ ଭୁବନେଶ୍ୱରରୁ ଶ୍ରଦ୍ଧାଳୁଙ୍କ ପାଇଁ ୫ ରୁ ୬ଟି ବସର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ବଡଦାଣ୍ଡରେ ବସି ରଥଯାତ୍ରା ଦେଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୪ ତାରିଖ ସକାଳ ୬ଟା ସୁଦ୍ଧା ଭୁବନେଶ୍ୱର ପାନ୍ଥ ନିବାସରୁ ବସ୍ ଯୋଗେ ଶ୍ରଦ୍ଧାଳୁଙ୍କୁ ପୁରୀ ନିଆଯିବ । ରଥଯାତ୍ରା ସରିବା ପରେ ସେମାନଙ୍କୁ ଭୁବନେଶ୍ୱର ଆଣି ଛଡାଯିବ । ଏବେ ସୁଦ୍ଧା ୨ଶହରୁ ଅଧିକ ଶ୍ରଦ୍ଧାଳୁ ଏଥିପାଇଁ ବୁକ୍ କରିଛନ୍ତି ।

Leave A Reply

Your email address will not be published.