ବଡମ୍ବା-ବାଙ୍କୀ ବିକାଶରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ: ଉଦ୍‌ଘାଟିତ ହେଲା ରାଜ୍ୟର ଦୀର୍ଘତମ ସିଂହନାଥ ସେତୁ

କଟକ(କେନ୍ଯୁଜ୍): ମହାନଦୀରେ ସମ୍ପର୍କର ସେତୁ। ବଡମ୍ବା-ବାଙ୍କୀ ବିକାଶରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ। ଉଦ୍‌ଘାଟିତ ହେଲା ରାଜ୍ୟର ଦୀର୍ଘତମ ସିଂହନାଥ ସେତୁ। ବହୁ ପ୍ରତୀକ୍ଷିତ ବାଙ୍କୀ-ବୈଦେଶ୍ୱର ଠାରୁ ବଡମ୍ବା ଗୋପୀନାଥପୁରକୁ ସଂଯୋଗ କରୁଥିବା ଟି-ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୧ କୋଟି ଟଙ୍କା ବ୍ୟୟରେ ୩.୪ କିଲୋମିଟର ଲମ୍ବ ସେତୁର ମଧ୍ୟ ଭାଗରୁ ସିଂହନାଥ ଶୈବପୀଠକୁ ଯୋଡା ଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି ।

ଏହାଦ୍ୱାରା ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହୋଇପାରିଛି । ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ମଧ୍ୟରେ ଏହା ଦୀର୍ଘତମ । ଏହାଦ୍ୱାରା ବଡମ୍ବାରୁ ବାଙ୍କୀ ବୈଦେଶ୍ୱରର ଦୂରତା ୪୫ କିଲୋମିଟର ହ୍ରାସ ପାଇବ। ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଗମନାଗମନରେ ସୁବିଧା ହେବ। ୨୦୧୪ ମସିହାରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ ବୈଷୟିକ ତ୍ରୁଟି କାରଣରୁ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ବିଳମ୍ବ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.