ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ଓଡ଼ିଶା ଜେଇଇ(OJEE)ର ଅନ୍‌ଲାଇନ୍‌ କାଉନ୍‌ସେଲିଂ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ଓଡ଼ିଶା ଜେଇଇ (OJEE) ର ଅନ୍‌ଲାଇନ୍‌ କାଉନ୍‌ସେଲିଂ ଓ ଆଡ୍‌ମିଶନ ପ୍ରକ୍ରିୟା। ବ୍ୟାଚଲର ଅଫ୍‌ ମେଡିସିନ୍‌ ଓ ବ୍ୟାଚଲର ଅଫ୍‌ ସର୍ଜରୀ (MBBS)/ ବ୍ୟାଚଲର ଅଫ୍‌ ମେଡିସିନ୍‌ ଓ ବ୍ୟାଚଲର ଅଫ୍‌ ସର୍ଜରୀ (BDS) କୋର୍ସର ଅନ୍‌ଲାଇନ୍‌ କାଉନ୍‌ସେଲିଂ ଓ ଆଡମିଶନ୍‌ ଘୁଞ୍ଚିଛି। ଏ ନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା ଘୁଞ୍ଚିବାର କାରଣ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

ପ୍ରକାଶ ଯେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଇଁ କାଉନ୍‌ସେଲିଂ ଆଜି ଠୁ ବା ୨୯ ନଭେମ୍ବରଠାରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ଓଜେଇଇ ପକ୍ଷରୁ ଏକ ନୋଟିଫିକେସନ୍‌ ଜାରି କରାଯାଇ ଏହି ଅନ୍‌ଲାଇନ୍‌ ପରୀକ୍ଷାକୁ ବାତିଲ କରାଯାଇଥିବା ନେଇ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା (ଓଜେଇଇ) ସେପ୍ଟେମ୍ବର ୬ରୁ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି। କରୋନା ଗାଇଡ୍‌ଲାଇନ୍‌କୁ ପାଳନ କରି ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ଓଜେଇଇ ୨୦୨୧ ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୮, ୨୦୨୧ ଯାଏଁ ଚାଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.