ନିଜ ଜମିରେ କାମ କରିବାକୁ ଯାଇଥିବା ସମୟରେ ଭାଲୁ କଲା ଆକ୍ରମଣ, ବୃଦ୍ଧ ହେଲେ ଗୁରୁତର

ନବରଙ୍ଗପୁର(କେନ୍ୟୁଜ୍):  ଦିନକୁ ଦିନ ବନ୍ୟା ଜନ୍ତୁଙ୍କ ଉପଦ୍ରପ ବଢ଼ିବାରେ ଲାଗିଛି ।ବନ୍ୟଜନ୍ତୁ ମାନେ ଜନବସତି ମୁହାଁ ହୋଇ ବ୍ୟାପକ ଧନ ଜୀବନ ନଷ୍ଟ କରିବାରେ ଲାଗିଛନ୍ତି। ବିଶେଷ କରି ଜଙ୍ଗଲ-ପାହାଡିଆ ଅଞ୍ଚଳରେ ପ୍ରତେକ ଦିନ ଅନେକ ଘଟଣା ଦେଖିବାକୁ ମିଳୁଥିବା ବେଳେ କେତେବେଳେ ହାତୀ ଆକ୍ରମଣ ତ ଆଉ କେତେବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଲୋକେ ଚିକିତ୍ସାଳୟରେ ଭର୍ତ୍ତି ହୋଉଛନ୍ତି। ଏହିପରି ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭାଲୁ ଆକ୍ରମଣରେ ଗୁରୁତର ହୋଇ ଜଣେ ୬୫ ବର୍ଷୀୟ ବୃଦ୍ଧ ଭର୍ତ୍ତି ହୋଇଛନ୍ତି।

ଆଜି ମଧ୍ୟାହ୍ନ ୧୨:୩୦ ମିନିଟ ସମୟରେ ବୃଦ୍ଧ ଜଣଙ୍କ ନିଜ ଜମିରେ କାମ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଗ୍ରାମବାସୀ ଏହା ଦେଖି ସାଙ୍ଗେସାଙ୍ଗେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲେ ଗ୍ରାମବାସୀ। ବୃଦ୍ଧ ଜଣଙ୍କର ସ୍ଵାସ୍ଥ୍ୟବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବୃଦ୍ଧ ଜଣକ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମର ବିଶ୍ୱନାଥ ଜାନୀ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.