ଓଲିଉଡ୍‌ ଷ୍ଟାର ବାବୁସାନ ଅସୁସ୍ଥ, ଫିଲ୍ମର ପ୍ରମୋସନ ପାଇଁ ଯାଇଥିଲେ ରାଜ୍ୟ ବାହାରକୁ

ଭୁବନେଶ୍ୱର : ଫିଲ୍ମ ପ୍ରମୋସନରେ ଯାଇ ଓଲିଉଡ୍‌ ଷ୍ଟାର ବାବୁସାନ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ବାବୁସାନ ତାଙ୍କର ଆଗାମୀ ଫିଲ୍ମ ‘ଦମନ’ର ପ୍ରମୋସନ୍‌ ପାଇଁ ଲଦାଖ ଯାଇଥିଲେ । ସେଠାରେ ତାଙ୍କ ଦେହ ଖରାପ ହୋଇଥିଲା । କୁହାଯାଉଛି କି ତାଙ୍କର ଅକ୍ସିଜେନ୍‌ କମି ଯାଇଥିଲା ।

ତେବେ ସେ ଭୁବନେଶ୍ୱର ଫେରି ଆସିବା ପରେ ତାଙ୍କୁ ତୁରନ୍ତ ଏଠାକାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ତିନି ଚାରି ଦିନ ହେଲା ସେ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି କୁହାଯାଉଛି । ଏହି ଖବର ସହ ସେ ଡାକ୍ତରଖାନା ବେଡ୍‌ରେ ଶୋଇଥିବାର ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି ।

ଯଦିଓ ବାବୁସାନଙ୍କର ନିକଟତମ ସୂତ୍ରରୁ ତାଙ୍କ ଅସୁସ୍ଥତା ବିଷୟରେ ସୂଚନା ମିଳିଛି ତେବେ ତାଙ୍କ ପରିବାର ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଆମେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ ।

 

Leave A Reply

Your email address will not be published.