ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ନେସନ୍‌ ସର୍ଭେ: ପୁଣି ଥରେ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଦେଶର ପୁଣି ଥରେ ନମ୍ବର ୧ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ନେସନ୍‌ ସର୍ଭେରେ ମୁଖ୍ୟମନ୍ତ୍ରୀ ନମ୍ବର ୧ ହୋଇଛନ୍ତି । ଇଣ୍ଡିଆ ଟୁଡେର ଏହି ସର୍ଭେରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିଜ ରାଜ୍ୟରେ ତାଙ୍କୁ ମିଳିଛି ସର୍ବାଧିକ ପଜିଟିଭ୍‌ ରେଟିଂ । ୫୧ ପ୍ରତିଶତ ପଜିଟିଭ୍‌ ରେଟିଂ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବରରେ ଅଛନ୍ତି ।

ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ତାଙ୍କୁ ମିଳିଛି ୪୧ ପ୍ରତିଶତ ପଜିଟିଭ୍‌ ରେଟିଂ । ୩୯ ପ୍ରତିଶତ ପଜିଟିଭ୍‌ ରେଟିଂ ସହ ତୃତୀୟ ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଉଦ୍ଧବ ଠାକରେ ଓ କେ. ଚନ୍ଦ୍ରଶେଖର ରାଓଙ୍କୁ ମିଳିଛି ୩୫ ପ୍ରତିଶତ ପଜିଟିଭ୍‌ ରେଟିଂ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.