ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ଦେଶରେ ଏକକାଳୀନ ନିର୍ବାଚନ ନେଇ ଆରମ୍ଭ ହୋଇଛି ଆଲୋଚନା

one-nationଦେଶରେ ଏକକାଳୀନ ନିର୍ବାଚନ ନେଇ ଆଲୋଚନା ଜୋର ଧରିଛି। ଲ’ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ତେବେ ଏନେଇ ଭିନ୍ନଭିନ୍ନ ମତ। ୱାନ ନେସନ ୱାନ ପୋଲକୁ ଞଜଝ ଏବଂ ଅକାଳୀ ଦଳ ସମର୍ଥନ କରୁଛନ୍ତି। ବିରୋଧ କରୁଛନ୍ତି ବାମଦଳ, ଟିଏମ୍ସି ଏବଂ ଡିଏମ୍କେ । ଇଓଇଊଗକ, ଔଊଟ, ଞଊଚ ଏବଂ ସମାଜବାଦୀ ପାର୍ଟି ସମର୍ଥନ କରୁଥିଲେ ବି କିଛି ସୁଧାର ଦାବି କରିଛନ୍ତି । ବିଜେଡି ପୂର୍ବରୁ ଏହାକୁ ସମର୍ଥନ କରିସାରିଛି । ଏନେଇ ୧୦ ତାରିଖ ଦିନ ଲ’ କମିଶନଙ୍କ ସହ ଆଲୋଚନା କରିବ।

ଦେଶରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଆଲୋଚନା ଆରମ୍ଭ କରିଛନ୍ତି ଲ’ କମିଶନ। ବିଭିନ୍ନ ରାଜନୈତିକ ଦଳ ଏନେଇ ନିଜ ମତ ରଖୁଛନ୍ତି । ତେଲେଙ୍ଗାନା ରାଷ୍ଟ୍ର ସମିତି-ଞଜଝ ଏବଂ ବିଜେପିର ସହଯୋଗୀ ଅକାଳୀ ଦଳ ଓ ଜନତା ଦଳ ୟୁ ଏହାକୁ ସମର୍ଥନ କରିଛନ୍ତି। ଡେଡିୟୁର ଜାତୀୟ କାର୍ୟ୍ୟକାରିଣୀରେ ଏନେଇ ଏକ ପ୍ରସ୍ତାବ ଗୃହୀତ ମଧ୍ୟ ହୋଇଛି । ଡିଏମକେ କିନ୍ତୁ ବିରୋଧ କରି ଲ’ କମିଶନଙ୍କୁ ଚିଠି ଲେଖିଛି । ଏକକାଳୀନ ନିର୍ବାଚନ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ଡିଏମକେ ନେତା ଏମ୍. କେ. ଷ୍ଟାଲିନ୍ । ସିପିଆଇ ଏବଂ ତୃଣମୂଳ କଂଗ୍ରେସ ମଧ୍ୟ ବିରୋଧ କରିଛନ୍ତି । ସିପିଆଇ କହିଛି, ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସଂସଦ ହିଁ ଏକ ପ୍ରକୃଷ୍ଟ ସ୍ଥାନ।

elections

ପୂର୍ବରୁ ସିପିଏମ୍ ସ୍ପଷ୍ଟ କରିଥିଲା ଯେ, ଏହା ଗଣତନ୍ତ୍ର ବିରୋଧୀ ଓ ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି । ତୃଣମୂଳ କଂଗ୍ରେସ କହିଛି, ଏକକାଳୀନ ନିର୍ବାଚନ ଆଞ୍ଚଳିକ ଦଳଙ୍କ ଭୂମିକାକୁ ଗୌଣ କରିଦେବ । ଏଆଇଏଡିଏମ୍ ପ୍ରସ୍ତାବକୁ ସମର୍ଥନ କରିଛି । କିନ୍ତୁ କହିଛି, ବଡ଼ ସୁଧାର ଆବଶ୍ୟକ । ୨୦୨୪ ପୂର୍ବରୁ ଏକକାଳୀନ ନିର୍ବାଚନ କରାନଯାଉ । ସେହିପରି ଟିଡିପିର ମତ, ୨୦୧୯ରେ ଏକସଙ୍ଗେ ନିର୍ବାଚନ ହେଲେ କୌଣସି ଅସୁବିଧା ନାହିଁ ବୋଲି କହିଛି। କିନ୍ତୁ ନିର୍ବାଚନ କମିଶନ ଆବଶ୍ୟକ ସଂଖ୍ୟକ ଇଭିଏମ୍ ଓ ଭିଭିପାଟ୍ ଯୋଗାଇ ପାରିବ କି? ଏ ପ୍ରଶ୍ନ ସହ ବାଲଟ୍ ଜରିଆରେ ନିର୍ବାଚନ ପାଇଁ ଦଳ ଦାବି କରିଛି । ସମାଜବାଦୀ ପାର୍ଟି ଏହି ପ୍ରସ୍ତାବକୁ ସମର୍ଥନ କରିଛି। କିନ୍ତୁ ଏଥିରେ କିଛି ସଂଶୋଧନ ସହ ଏହା ୨୦୧୯ ଠାରୁ ଲାଗୁ କରିବାକୁ ଚାହୁଁଛି ।

ଅପର ପକ୍ଷରେ ଏହି ପ୍ରସଙ୍ଗରେ ମୋଦିଙ୍କ ପ୍ରସ୍ତାବକୁ ବିଜେଡି ସମର୍ଥନ କରସାରିଛି । ଲ’ କମିଶନଙ୍କ ଚିଠି ମିଳିବା ପରେ ଏକକାଳୀନ ନିର୍ବାଚନକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଘୋଷଣା କରିଥିଲେ।ବିଜେଡି ପକ୍ଷରୁ ଲ’ କମିଶନଙ୍କ ସହିତ ସାଂସଦ ପିନାକୀ ମିଶ୍ର ଆସନ୍ତା ୧୦ ତାରିଖରେ ଏହା ବିଷୟରେ ଆଲୋଚନା କରିବେ । ବିଜେଡିର ମତ, ଏକସଙ୍ଗେ ନିର୍ବାଚନ, ପ୍ରଥମେ ନବୀନ ପରିକଳ୍ପନା କରିଥିଲେ । କଂଗ୍ରେସର କଟାକ୍ଷ, ଏହା କାଉ ଉଡିଯିବା ବେଳେ ବେଲ ପଡ଼ିବା ଭଳି କଥା ।

ବାରମ୍ବାର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁ ବିକାଶ କାମ ବାଧାପ୍ରାପ୍ତ ହେଉଛି। ଏହାକୁ ଏଡ଼ାଇବା ସହ ନିର୍ବାଚନୀ ଖର୍ଚ୍ଚ ହ୍ରାସ, ଦୁର୍ନୀତି ରୋକିବା, ମାନବସମ୍ବଳର ଅପଚୟ ରୋକିବା, ନିର୍ବାଚନୀ ହିଂସା କମାଇବା ଉଦ୍ଦେଶ୍ୟରେ ଏକ ସଂଗେ ଲୋକସଭା ଓ ବିଧାନସଭା ନିର୍ବାଚନ କଥା ଉଠିଛି । ବିଜେପି ଏହାର ଦୃଢ଼ ସମର୍ଥକ ଅଟେ। କଂଗ୍ରେସ କିନ୍ତୁ ଏହାର ରୂପାୟନ ଉପରେ ପ୍ରଶ୍ନ ଉଠାଇ ଅବାସ୍ତବ ବୋଲି କହିଛି । ଏକସଙ୍ଗେ ନିର୍ବାଚନ କରିବା ଏକ ଜଟିଳ ପ୍ରକ୍ରିୟା । ଏଥିପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ ବୋଲି କଂଗ୍ରେସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.