ପୁଣି ଜୀବନ ହାରିଲେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର, କାରଣ ଅସ୍ପଷ୍ଟ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ଆତ୍ମହତ୍ୟା। ରହୁଥିବା ଏକ ଭଡ଼ାଘରୁ ମୃତଦେହ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ। ଛାତ୍ର ଜଣକ ଇଞ୍ଜିନିୟରିଂ ଶେଷ ବର୍ଷର ଓ ତାଙ୍କ ନାମ  ସିଦ୍ଧାର୍ଥ ନାୟକ ବୋଲି ଜାଣିବାକୁ ପାଇଛି ପୋଲିସ।

ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ ନିକଟ ଏକ ଭଡା ଘରେ ରହୁଥିଲେ ସିଦ୍ଧାର୍ଥ ନାୟକ। ତାଙ୍କ ଘର ଜଗତ୍ସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ସିଦ୍ଧାର୍ଥଙ୍କ ବାପା କିଶୋର କୁମାର ନାୟକ ଜଣେ ଅଧ୍ୟାପକ। ଆଜି ସିଦ୍ଧାର୍ଥ ରହୁଥିବା ଘରର କବାଟ ଭାଙ୍ଗି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପରିବାର ଲୋକେ ସିଦ୍ଧାର୍ଥଙ୍କ ଚକ୍ଷୁ ଦାନ କରିଥିବା ସୂଚନା ମିଳିଛି   ।

Leave A Reply

Your email address will not be published.