ପୁଣି ପାର୍ସଲ ବୋମା ଆତଙ୍କ : କେନ୍ଦୁଝର ଆନନ୍ଦପୁରେ ଏକ ପାର୍ସଲ ଭିତରୁ ବାହାରୁଛି ଧୂଆଁ

କେନ୍ଦୁଝର : ବଲାଙ୍ଗିର ପାଟଣାଗଡ଼ ପରେ ପୁଣି ପାର୍ସଲ ବୋମା ଆତଙ୍କ । କେନ୍ଦୁଝର ଘସିପୁରା ଉପଡାକଘର ଥିବା ଏକ ପାର୍ସଲ ଭିତରୁ ଧୂଆଁ ବାହାରୁଛି। ଆଜି ସକାଳେ କର୍ମଚାରୀମାନେ ପାର୍ସଲରୁ ଧୂଆଁ ବାହାରୁଥିବା ଦେଖି ଭୟରେ ତାହାକୁ ଫିଙ୍ଗି ଦେଇଥିଲେ । ତେବେ କିଏ ଏହାକୁ ପଠାଇଲା ସେନେଇ ତଦନ୍ତ କରୁଛି ଘସିପୁରା ପୋଲିସ ।

ପାର୍ସଲଟି ଦିଲ୍ଲୀରୁ ଦେଓଗାଁ ଡାକଘରକୁ ଆସିଥିବା ସୂଚନା ମିଳିଛି । ଧୂଆଁ ବାହାରୁଥିବା ଦେଖିବା ପରେ କର୍ମଚାରୀ ପରିତ୍ୟକ୍ତ ସ୍ଥାନରେ ପକାଇବା ସହ ଉଚ୍ଚ କର୍ତ୍ତୃପକ୍ଷ ଓ ପୋଲିସକୁ ଖବର ଦେଇଥିଲେ । ପାଟଣାଡ଼ରେ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନବବଧୂ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.