ବିଷାକ୍ତ ସାପ କାମୁଡାରେ ଚାଲିଗଲା ୧୨ ବର୍ଷର ଶୁଭମ୍, ଛାତିକୁ ଦମ୍ଭ କରି ଆଖି ଦାନ କଲେ ପରିବାର ଲୋକ

ଭୁବନେଶ୍ୱର(କେନ୍ୟୁଜ୍): ମୃତ୍ୟୁ ପରେ ଚକ୍ଷୁଦାନ । ପିପିଲିର ଦାଣ୍ଡମୁକୁନ୍ଦପୁର ଗାଁର ୧୨ ବର୍ଷର ବାଳକ ଶୁଭମ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ଆଖି ଦାନ କରିଛନ୍ତି ପରିବାର ଲୋକ । କ୍ୟାପିଟାଲ ହସ୍ପିଟାଲରେ ଥିବା Drusti Dana Eye Bankରେ ଆଖି ଦାନ କରାଯାଇଛି ।

ଶୁଭମଙ୍କୁ ବିଷାକ୍ତ ସାପ କାମୁଡି ଦେଇଥିଲା । ତାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ସ୍ଥାନାନ୍ତର କରାଯାଇଥିଲା ଭୁବନନେଶ୍ୱର କ୍ୟାପିଟାଲ ହସ୍ପିଟାଲ । ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଶୁଭମଙ୍କ ବାପା କହିଛନ୍ତି,ପୁଅର ଆଖିରେ ଆଉ କିଏ ଦୁନିଆ ଦେଖିବ । ଖବର ପାଇ ପିପିଲି ବିଧାୟକ ରୁଦ୍ର ମହାରଥି କ୍ୟାପିଟାଲ ହସପିଟାଲ ଆସିଥିଲେ । ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.