କ୍ୟାନସର ହୋଇନଥିଲା କିନ୍ତୁ ଡାକ୍ତରଙ୍କ ଭୁଲ୍‌ ରିପୋର୍ଟ ଯୋଗୁ ଅଙ୍ଗ ହରାଇଲେ ରୋଗୀ

କାମାକ୍ଷାନଗର(କେନ୍ୟୁଜ୍):  ରୋଗୀଙ୍କ ଜୀବନ ସହ ଖେଳ । କ୍ୟାନସର ହୋଇ ନଥିଲା । ଭୁଲ୍‌ ରିପୋର୍ଟ ଯୋଗୁ ଅଙ୍ଗ ହରାଇଲେ ରୋଗୀ । କଟକ ଏସସିବି ମେଡିକାଲ କଲେଜ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି । ଭୁଲ୍‌ କ୍ୟାନସର ରିପୋର୍ଟ ଯୋଗୁ ଅଙ୍ଗ ହରାଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଅନନ୍ତପୁର ଅଞ୍ଚଳର ପ୍ରଦୀପ୍ତା ଶତପଥୀ । ଏନେଇ ଗତ ୨୨ ତାରିଖ ଦିନ ଏସସିବି ମେଡ଼ିକାଲର ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତି । ଦେହ ଅସୁସ୍ଥ ହେବାରୁ କଟକ ଏସସିବିକୁ ଚିକିତ୍ସା ପାଇଁ ଯାଇଥିଲେ ପ୍ରଦୀପ୍ତା । ଶରୀରରେ ମାଂସ ବଢୁଥିବାରୁ ସର୍ଜରୀ ବିଭାଗରେ ଡାକ୍ତରଙ୍କୁ ଦେଖାଇଥିଲେ । ତାଙ୍କର କ୍ୟାନସର ପାଇଁ ଏସସିବି ମେଡିକାଲ କଲେଜ ପାଥୋଲୋଜି ବିଭାବରେ ଆବଶ୍ୟକ ପରୀକ୍ଷା କରାଯାଇଥିଲା । ବାୟୋସ୍ପି ରିପୋର୍ଟ ଆସିଥିଲା ନେଗେଟିଭ । ପରେ ଜାନୁଆରୀ ମାସରେ ପୁଣି ଏସସିବି ମେଡ଼ିକାଲକୁ ଆସିଥିଲେ ପ୍ରଦୀପ୍ତା । ମାର୍ଚ୍ଚ ୧୬ ତାରିଖରେ ମାଂସକୁ ଟେଷ୍ଟ ପାଇଁ ପଠା ଯାଇଥିଲା ।

ଏପ୍ରିଲ୍‌ ୬ ତାରିଖରେ କ୍ୟାନସର ରିପୋର୍ଟ ଆସିଥିଲା ପଜିଟିଭ୍‌ । ଏହାପରେ ସେ ଦୁଇଟି କେମୋ ନେଇଥିଲେ । ତାପରେ ପ୍ରଦୀପ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା । ଏସସିବି କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ନେଇ ସନ୍ଦେହ ହେବାକରୁ ଆଉ ଏକ ପାଥୋଲ୍ୟାବରେ ଟେଷ୍ଟ କରିବା ପରେ ରିପୋର୍ଟ ଆସିଥିଲା ନେଗେଟିଭ୍‌ । ଭୁଲ ରିପୋର୍ଟ ଯୋଗୁ ପ୍ରଦୀପ୍ତା ଅଙ୍ଗ ହରାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ରିପୋର୍ଟ ଠିକ୍‌ ଥିବା ସ୍ପଷ୍ଟ କରିଛନ୍ତି ଏସସିବି ପାଥୋଲୋଜି ବିଭାଗ ମୁଖ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.