କାଦମ୍ବିନୀ ଓ କୁନିକଥା ସମ୍ପାଦକ ଡ଼କ୍ଟର ଇତି ସାମନ୍ତଙ୍କ ତରଫରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା: ମୋ ଆଶା ଉନ୍ମୋଚିତ

ଭୁବନେଶ୍ବର(କେନ୍ୟୁଜ୍):  କିସ ଶ୍ରୀ ବାଣୀ କ୍ଷେତ୍ର ଠାରେ କାଦମ୍ବିନୀ ଓ କୁନିକଥା ସମ୍ପାଦକ ଡ଼କ୍ଟର ଇତି ସାମନ୍ତଙ୍କ ତରଫରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଶିକ୍ଷାବିତ ପ୍ରୀତି ରାୟ ଚାନ୍ଦ ,ମୋ ଆଶା ର ସମ୍ପାଦକ ସୁମନ୍ତ ମହାରଣା ,ନଟିଆ କମେଡିଫେମ ସ୍ମୃତି ରଞ୍ଜନ ମହାନ୍ତି ,ଏବଂ ମନୋରଞ୍ଜନ ମିଶ୍ର ।

ନିମାପଡ଼ାରୁ ପ୍ରାୟ ଶହେରୁ ଉର୍ଦ୍ଧ ପିଲା ଆସି ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ତ୍ରୟ ମାସିକ ଶିଶୁ କିଶୋର ପତ୍ରିକା ମୋ ଆଶା ଉନ୍ମୋଚିତ କରିଥିଲେ ଉପସ୍ଥିତ ଅତିଥି ମାନେ । ଅତିଥିମାନେ ପିଲା ମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ଦେଇଥିଲେ ।

ଏହି ଅବସରରେ ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ କିଶୋର ପତ୍ରିକା କୁନି କଥା ପିଲା ମାନଙ୍କୁ ପ୍ରଦାନ କରାଯାଇଥିଲା । ନଟିଆ ଫେମ ସ୍ମୃତି ରଞ୍ଜନ ଏବଂ ମନୋରଞ୍ଜନ ମିଶ୍ର ପିଲା ମାନଙ୍କୁ ନଟିଆ କମେଡ଼ି କରି ହସାଇ ଥିଲେ । ଶେଷରେ ପିଲା ମାନଙ୍କ ସମେତ ସମସ୍ତଙ୍କ ଲାଗି ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.