ଲଗାତାର ୧୪ ଦିନ ପାଇଁ ହ୍ରାସ ପାଇଲା ତେଲ ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ୧୪ ଦିନ ପାଇଁ ହ୍ରାସ ପାଇଛି ତେଲଦର । ପେଟ୍ରୋଲ୍ ଦର ୧୫ ପଇସା କମିଥିବା ବେଳେ ଡିଜେଲ୍ ଦର ୧୦ ପଇସା ହ୍ରାସ ପାଇଛି । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ୍ ୭୬.୪୩ ଟଙ୍କା ଏବଂ ଡିଜେଲ୍ ଦର ୬୭.୮୫ଟଙ୍କା ହୋଇଛି । ତେବେ ଭୁବନେଶ୍ବରରେ ପେଟ୍ରୋଲ୍ ଦର ୭୫.୨୫ଟଙ୍କା ଥିବା ବେଳେ ଡିଜେଲ୍ ଦର ହୋଇଛି ୭୨.୭୩ ଟଙ୍କା ।

ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ଯାହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିଛିଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧିନକୁ ଆସିବାର ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.