ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍: ଜଣେ ମୃତ ,୧୫ରୁ ଉର୍ଦ୍ଧ୍ୱ ଆହତ

vanକେନ୍ଦ୍ରାପଡା: ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜମ୍ବୁ- ମାର୍ଶାଘାଇ ମୁଖ୍ୟ ରାସ୍ତା ମଙ୍ଗଳପୁର ନିକଟରେ ଆଜି ସକାଳେ ପିକଅପ୍ ଭ୍ୟାନ୍ଟି ଯାଉଥିବାବେଳେ ଓଲଟି ପଡିଥିଲା।

ଖବର ପାଇ ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା। ତେବେ ହସ୍ପିଟାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ଶ୍ରମିକ ଜମ୍ବୁରୁ ପଟ୍ଟାମୁଣ୍ଡାଇ କାମ କରିବାକୁ ଯାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.