ଲୁହା ପଥର ଉପରେ ରପ୍ତାନୀ ଶୁଳ୍କ ଯୋଗୁଁ ଓଡ଼ିଶା ହରାଇବ ୧୫ ହଜାର କୋଟି ଟଙ୍କା, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ପିନାକୀ ମିଶ୍ର

କେନ୍ୟୁଜ୍(ବ୍ୟୁରୋ): ଲୁହା ପଥର ଉପରେ ରପ୍ତାନୀ ଶୁଳ୍କ ଯୋଗୁଁ ଓଡ଼ିଶା ହରାଇବ ୧୫ ହଜାର କୋଟି ଟଙ୍କା। ଏହି ଟିକସ ତର୍କ ସଙ୍ଗତ ନୁହଁ। ଲୋକସଭାରେ ଦରବୃଦ୍ଧି ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଦେଶରେ ଷ୍ଟିଲ ଦର ବଢୁଥିବାରୁ କେନ୍ଦ୍ର ସରକାର ରପ୍ତାନୀ ଶୁଳ୍କ ବୃଦ୍ଧି କରିଥିଲେ। କିନ୍ତୁ ଏହା ତର୍କ ସଙ୍ଗତ ନୁହଁ ବୋଲି କହିଛନ୍ତି ପିନାକୀ ମିଶ୍ର।

ନିମ୍ନମାନର ଲୁହା ପଥର ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି କରାଯାଇଥିବାରୁ ତାହା ରପ୍ତାନୀ ନ ହୋଇ ପଡି ରହୁଛି। ଏଥିଯୋଗୁ କ୍ଷତି ସହିବାକୁ ପଡୁଛି। ଓଡ଼ିଶାରୁ ୧୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.