ରାତି ପାହିଲେ ପିପିଲି ଉପନିର୍ବାଚନ, ବୁଥରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି

ପିପିଲି (କେନ୍ୟୁଜ): ଆସନ୍ତାକାଲି ପିପିଲି ଉପନିର୍ବାଚନ । ଭୋଟର କରିବେ ନେତାଙ୍କ ଭାଗ୍ୟ ପରୀକ୍ଷା। ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୁଥରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି । ନିର୍ବାଚନ ମଣ୍ଡଳୀରେ ମୋଟ ୩୪୮ଟି ପୋଲିଂ ବୁଥ୍‌ ରହିଛି । ସେଭିତରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ । ଏଥିରେ ୱେବକାଷ୍ଟ କିମ୍ବା ସିସିଟିଭିର ବ୍ୟବସ୍ଥା ରହିଛି। ପ୍ରତି ବୁଥ୍‌ରେ ଜଣେ ଲେଖାଏ ମାଇକ୍ରୋ ଅବଜରଭର ରହିବେ । କୋଭିଡ କଟକଣାରେ ମତଦାନ ହେବ ।

ନିୟୋଜିତ ହେବେ ୨୨ଶହ ପୋଲିଂ କର୍ମଚାରୀ। ୨ ହଜାର ପୋଲିସ କର୍ମଚାରୀ, ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ବୈଷୟିକ ତ୍ରୁଟି ସଜାଡ଼ିବା ପାଇଁ ୮ ଜଣ ଇଞ୍ଜିନିୟର ରହିବେ। ଭୋଟରଙ୍କୁ ମାସ୍କ, ସାନିଟାଇଜର ଓ ଗ୍ଲୋବସ୍‌ ଦିଆଯିବ। ଯେଉଁ ଭୋଟରଙ୍କ ଶରୀରରେ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରିକୁଟ ଦିଆଯିବ । ମତଦାନର ଶେଷ ୧ ଘଣ୍ଟାରେ ଆସି ସେମାନେ ଆସି ଭୋଟ୍‌ ଦେବେ। କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ୍‌ ନିଆଯିବ । ୨୦ ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.