ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୩ ନାମଲେଖା !

graduation admissionଭୁବନେଶ୍ବର : ଗତକାଲି ପ୍ରଥମ ପର୍ୟ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୩ ନାମଲେଖା । ଚଳିତ ବର୍ଷ ନାମଲେଖାଇବା ପାଇଁ ମୋଟ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । କଳାରେ ସର୍ବାଧିକ ୧ ଲକ୍ଷ ୧୪ ହଜାର ୩୩୧ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବାଣିଜ୍ୟରେ ୧୯ ହଜାର ୭୫୩ ଛାତ୍ରଛାତ୍ରୀ, ଫିଜିକାଲ ସାଇନ୍ସରେ ୨୯ ହଜାର ୧୩୧ ଓ ବାୟୋଲଜିକାଲ ସାଇନ୍ସରେ ୨୦ ହଜାର ୩୪୬ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଚଳିତ ବର୍ଷ ରାଜ୍ୟର ଅନ୍ୟାନ୍ୟ କଲେଜ ଅପେକ୍ଷା ବିଜେବି କଲେଜରେ କଟଅଫ୍ ମାର୍କ ସବୁବିଭାଗରେ ସବୁଠୁ ଅଧିକ ରହିଛି । ପ୍ରଥମ ପର୍ୟ୍ୟାୟ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆଜିଠାରୁ ଜୁଲାଇ ୭ ତାରିଖ ମଧ୍ୟରେ ନାମଲେଖାଇପାରିବେ । ଜୁଲାଇ ୧୧ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ମେରିଟଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ୧୨ ଓ ୧୩ ତାରିଖରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.