ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ

plus twoଭୁବନେଶ୍ବର: ଯୁକ୍ତ ଦୁଇ କଲେଜରେ ଖାଲି ଥିବା ସିଟରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ତଥା ମେରିଟ୍ ଲିଷ୍ଟ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୧ ଓ ୧୨ ତାରିଖରେ ନାମ ଲେଖାଇ ପାରିବେ। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟର ତାଲିକା ୧୩ ତାରିଖ ଅପରାହଣ ୫ଟାରେ ପ୍ରକାଶ ପାଇବ।

ଏହା ସହ ଖାଲି ସିଟ୍ ପୂରଣ ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ପର୍ୟ୍ୟନ୍ତ ସ୍ପଟ୍ ଆଡମିଶନ କରାଯିବ। ଜୁଲାଇ ୨୪ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢା। ପ୍ରଥମ ପର୍ୟ୍ୟାୟରେ ନାମଲେଖା ପାଇଁ ୩ଲକ୍ଷ ୪୧ହଜାର ୯୨୭ଜଣ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବାବେଳେ ୨ଲକ୍ଷ ୮୩ହଜାର ୭୭୨ଜଣ ନାମ ଲେଖାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.