ଖୋର୍ଦ୍ଧା: ଜଣେ ବ୍ୟକ୍ତି ନିଖୋଜ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ପୋଲିସ, ୫୭ନଂ ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ଖୋର୍ଦ୍ଧା(କେନ୍ୟୁଜ୍):  ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ପ୍ରତିବାଦରେ ପ୍ରଥମେ ଥାନା ଘେରାଉ। ପରେ ଜାତୀୟ ରାଜପଥ ଅବରୋଧ। ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଗାଁର ଜଣେ ବ୍ୟକ୍ତି ନିଖୋଜ ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗରେ ଥାନା ଘେରିଛନ୍ତି ଗ୍ରାମବାସୀ। ପୁବୁସାହିର ବାସୁଦେବ ପ୍ରଧାନ ସେହି ଗାଁର ଜଣେ କବାଡ଼ିଆ ପାଖରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ। ଗତ ରବିବାର ଟଙ୍କା ହେରଫେର ନେଇ ମାଲିକ ତାଙ୍କୁ ମାଡ଼ମାରିଥିଲେ। ବାସୁଦେବ ସୋମବାର ଦିନଠାରୁ ନିଖୋଜ ଅଛନ୍ତି।

ତାଙ୍କୁ କବାଡିଆ ମାଲିକ କେଉଁଆଡ଼େ ନେଇଯାଇଥିବା ନେଇ ତାଙ୍କ ସ୍ତ୍ରୀ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଗ୍ରାମବାସୀ ଆଜି ଥାନା ଘେରାଉ କରିଛନ୍ତି। ପରେ ୫୭ନଂ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଖୋର୍ଦ୍ଧା ନୟାଗଡ଼ ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.