ଭୁବନେଶ୍ୱର (କେନ୍ୟୁଜ): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ଫୋକସ୍ ପ୍ଲସ ୱେବ୍ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାରେ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଅଟକ ରଖାଯାଇଛି। କାର୍ଯ୍ୟନୁଷ୍ଠାନ ପରେ ସନ୍ତୋଷ ପ୍ରକାଶ କରିଛନ୍ତି ଦୂତୀ। କହିଛନ୍ତି, ତାଙ୍କୁ ବଦ୍ନାମ କରିବା ପଛରେ ବହୁତ କୁଚକ୍ରୀ ଗୋଷ୍ଠୀ ଅଛନ୍ତି। ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସେ ନ୍ୟାୟ ପାଇବେ। ମର୍ଯ୍ୟାଦାହାନୀ, ଅଶ୍ଲୀଳ ମନ୍ତବ୍ୟ, ଧମକ ସହ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ ଦୂତୀ ଚାନ୍ଦ।
ଏଥି ସହିତ ଅଫିସରେ ବ୍ୟବହୃତ କଂପ୍ୟୁଟର, ଲାପଟପ୍,ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଆଦିକୁ ଜବତ କରି ତଦନ୍ତ ଚାଲିଛି। ଦୂତୀ ସୁଧାଂଶୁଙ୍କ ସହ ୱେବ୍ ପୋର୍ଟାଲ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରା ଓ ପ୍ରଦୀପ ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସହଯୋଗ ପାଇଁ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ ।