ଛାଡିଗଲା ଧୂମ୍ ଗିରି: ହାଇସ୍କୁଲରୁ କମ୍ପ୍ୟୁଟର ଚୋରି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା ଚୋରକୁ ଧରିଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଧରା ପଡ଼ିଲେ ପୋଲିସ୍‌କୁ ଚ୍ୟାଲେଞ୍ଜ କରିଥିବା ଧୁମ୍‌ ୪ ଚୋର। ନବରଙ୍ଗପୁର ଜିଲ୍ଳାର ଖାତିଗୁଡ଼ା ହାଇସ୍କୁଲରୁ କମ୍ପ୍ୟୁଟର ଚୋରି କରି ପୋଲିସ୍‌କୁ ଚ୍ୟାଲେଞ୍ଜ କରିଥିଲେ ଚୋର । ସ୍କୁଲ ବ୍ଲାକ୍‌ବୋର୍ଡରେ ଲେଖିଥିଲେ ଧୁମ୍‌ ୪ ପୁଣି ଫେରିବୁ, ଧରି ପାରିବ ତ ଧର। ପୋଲିସ ହାତରେ ଧରାପଡ଼ିଛନ୍ତି ଚ୍ୟାଲେଞ୍ଜ କରିଥିବା ଚୋର। ଖାତିଗୁଡ଼ା ସହରର ଦୁଇ ଭାଇ ଘଟଣାରେ ଜଡ଼ିତ ଥିବା ପୋଲିସ କହିଛି। ରଥଯାତ୍ରା ଦିନ ଖାତିଗୁଡ଼ା ହାଇସ୍କୁଲରୁ କମ୍ପ୍ୟୁଟର, ପ୍ରିଣ୍ଟର ଓ ଆଉ କିଛି ସାମଗ୍ରୀ ଚୋରି ହୋଇଥିଲା।

ଚୋରି କରିବା ପରେ ଚ୍ୟାଲେଞ୍ଜ କରି ପୋଲିସ୍‌କୁ ଚକ୍‌ମା ଦେବାକୁ ବ୍ଲାକ୍‌ବୋର୍ଡରେ ଏମିତି ଲେଖିଥିଲେ । ଅଭିଯୋଗ ପାଇବା ପରେ ଖାତିଗୁଡ଼ା ପୋଲିସ ଘଟଣାର ଅନୁସନ୍ଧାନ କରିଥିଲା। ଦୁଇ ଅଭିଯୁକ୍ତ ହେଉଛନ୍ତି ଆଦିତ୍ୟ ଦାଶ ଓ ଆନନ୍ଦ ଦାଶ । ତେବେ ଅଭିଯୁକ୍ତଙ୍କ ସଂପର୍କରେ ପୋଲିସ ଦେଇଥିବା ତଥ୍ୟରେ ଯେ କେହି ତାଜୁବ ହେବେ । ଅଭିଯୁକ୍ତ ୨ ଭାଇ ଉଚ୍ଚ ଶିକ୍ଷିତ । ଘରର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ବିଜିନେସ୍‌ ପାଇଁ କମ୍ପ୍ୟୁଟର ଆବଶ୍ୟକ ଥିବାରୁ ଚୋରି କରିଥିଲେ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.