ଯାଜପୁର: ଚୋରି ମାମଲାର କବାଡ଼ିଖାନାରେ ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ

ଯାଜପୁର(କେନ୍ୟୁଜ୍): ଚୋରି ମାମଲା ର ଚଢ଼ାଉ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ। ଯାଜପୁର ସଦର ଥାନା ବ୍ରାହ୍ମଣବାଛପୁର ଗାଁ ରେ ଆଜି ବଢି ଭୋର ସମୟରେ ଏଭଳି ଆକ୍ରମଣ ହୋଇଛି। ବୈରୀ ଥାନା ଅଞ୍ଚଳରେ ହୋଇଥିବା ଏକ ଗାଡି ଚୋରି ଘଟଣାର ତଦନ୍ତ କରିବାକୁ ଆସି ଏଭଳି ଆକ୍ରମଣ ର ଶିକାର ହୋଇଛନ୍ତି ପୋଲିସ।ଚୋରିର ଲିଙ୍କ ବ୍ରାହ୍ମଣ ବାଛପୁର ଅଞ୍ଚଳର ଥିବା ସୂଚନା ପାଇ ଗାଁର କବାଡି ଖାନା ଉପରେ ଚଢ଼ାଉ କରିଥିଲା ପୋଲିସ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ପୋଲିସ ସହିତ ଧସ୍ତାଧସ୍ତି ମଧ୍ୟ କରିଥିଲେ। ଏପରିକି ପୋଲିସ କୁ ଢେଲା ପଥର ମଧ୍ୟ ମାଡ଼ କରିଥିଲେ।

ଏଥିରେ ୪ ଜଣ ପୋଲିସ ଆହତ ହୋଇଥିଲେ। ଏନେଇ ସଦର ଥାନା ରେ ୧୫ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହେବା ପରେ ୭ ମହିଳା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଏସ ଡି ପି ଓ ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲିସ ସାଧା ପୋଷାକ ରେ ଥିବାରୁ ଜାଣି ପାରିଲୁ ନାହିଁ ବୋଲି ଗିରଫ ମହିଳା କହିଛନ୍ତି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନେ ଏବେ ବି ଫେରାର ଥିବା ଜଣାପଡିଛି।

Leave A Reply

Your email address will not be published.