ଆଜି ବାବୁସାନଙ୍କୁ ଜେରା କରିପାରେ ପୋଲିସ ! ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଆଜି ଜେରା ହେବେ ବାବୁସାନ । ଖାରବେଳନଗର ଥାନା ପୋଲିସ ବାବୁସାନଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି । ୨୩ ତାରିଖ ସକାଳେ କଣ ଘଟିଥିଲା ? ପ୍ରକୃତିଙ୍କ ସହ ସେ କୁଆଡ଼େ ଯାଉଥିଲେ ? କେଉଁ ପରିସ୍ଥିତିରେ ରାସ୍ତାରେ ତୃପ୍ତିଙ୍କ ସହ ମୁହାଁମୁହିଁ ? କାହିଁକି ଆକ୍ରମଣ କଲେ ପତ୍ନୀ ତୃପ୍ତି ? ଗାଡ଼ିରେ ଆଉ କିଏ ସବୁ ଥିଲେ ? ଘଟଣା ସମୟର ଭିଡିଓ କିଏ ସୁଟିଂ କରି ଭାଇରାଲ୍‌ କରିଥିଲା ? ରାସ୍ତାରେ ହାଇଡ୍ରାମା ବାବଦରେ ବାପା ମାଆଙ୍କୁ ଜଣାଇଥିଲେ କି ? ତାପରେ ବି କାହିଁକି ଚେନ୍ନାଇ ଗଲେ ଓ କେଉଁଠି ରହୁଥିଲେ ? ପ୍ରକୃତିଙ୍କ ସହ କେତେ ଦିନର ସମ୍ପର୍କ ? ବୈବାହିକ ଜୀବନରେ ଅଶାନ୍ତି ଥିଲା କି ? ଏ ନେଇ ପୋଲିସ ବାବୁସାନଙ୍କୁ ଏସବୁ ପ୍ରଶ୍ନ ପଚାରିପାରେ ।

ଗତ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି ମିଶ୍ରଙ୍କୁ ଦେଖି ଝଗଡ଼ା କରିଥିଲେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ । ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା । ତାପରେ ଚେନ୍ନାଇ ଯାଇଥିଲେ ବାବୁସାନ ଓ ପ୍ରକୃତି । ଗତକାଲି ଚେନ୍ନାଇରୁ ଫେରିଥିଲେ ବାବୁସାନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.