୪୦ ମିନିଟ ଧରି ବାବୁସାନଙ୍କୁ ଖାରାବେଳନଗର ପୋଲିସର ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍):  ବାବୁସାନଙ୍କୁ ଖାରାବେଳନଗର ପୋଲିସର ପଚରାଉଚରା । ଚେନ୍ନାଇରୁ ଫେରିବାର ୪ ଦିନ ପରେ ଥାନାରେ ହାଜର ହୋଇଥିଲେ ବାବୁସାନ । ଆଜି ତାଙ୍କ ଜନ୍ମଦିନରେ ପାରିବାରିକ ବିବାଦ ନେଇ ବୟାନ ରେକର୍ଡ କରିଛି ପୋଲିସ । ପାଖାପାଖି ୪୦ ମିନିଟ ଧରି ତାଙ୍କୁ ପଚରଉଚରା କରିଥିଲେ ଖାରବେଳନଗର ଥାନା ପୋଲିସ । ପଚରାଉଚରା ସମୟରେ ମାଆ ଅପରାଜିତା ମହାନ୍ତି ଓ ସମ୍ପର୍କୀୟ ମାମୁ ରବି ମିଶ୍ର ଉପସ୍ଥିତ ଥିଲେ । ଦୁଇଟି ମାମଲାରେ ତାଙ୍କୁ ପୋଲିସ ଅନେକ କଥା ପଚାରିଛି ।

୨୩ ତାରିଖ ସକାଳେ କଣ ଘଟିଥିଲା ?

ପ୍ରକୃତିଙ୍କ ସହ କୁଆଡ଼େ ବାହାରିଥିଲେ ?

କେମିତି ଓ କେଉଁ ପରିସ୍ଥିତିରେ ସେଠାରେ ପହଞ୍ଚିଥିଲେ ତୃପ୍ତି ?

ଝଗଡ଼ା କାହିଁକି ହୋଇଥିଲା ?

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଭିତରେ ପ୍ରକୃତିଙ୍କ ଭୂମିକା କଣ ଥିଲା ?

ଗାଡ଼ିରେ ଆଉ କିଏ ସବୁ ଥିଲେ ?

ଭିଡିଓ ସୁଟିଂ କରି କିଏ କରିଥିଲା ଭାଇରାଲ୍‌ ?

ପ୍ରକୃତିଙ୍କ ସହ କେତେ ଦିନର ସମ୍ପର୍କ ?

ସମ୍ପର୍କ କେବଳ ବନ୍ଧୁତାରେ ସୀମିତ ଥିଲା ନା ଆଉ କିଛି ଥିଲା ?

ତୃପ୍ତି ଆଣିଥିବା ଅଭିଯୋଗର ସତ୍ୟତା କଣ ?

ମାନସିକ ନିର୍ଯାତନା ଦେଉଥିଲେ କି ?

ତାଙ୍କୁ ବ୍ଲାକମେଲ୍‌ କରୁଥିଲେ କି ପ୍ରକୃତି ?

ଦୁହେଁ ଲିଭ୍‌ ଇନ୍‌ରେ ରହୁଥିଲେ କି ?

ନିଶା ସେବନ କରୁଥିଲେ ନା ନାହିଁ ?

ପତ୍ନୀଙ୍କ ବିରୋଧ ସତ୍ତ୍ୱେ କାହିଁକି ପ୍ରକୃତିଙ୍କ ସହ ମିଳାମିଶା କରୁଥିଲେ ?

ଏମିତି ଅନେକ ପ୍ରଶ୍ନର ଉତ୍ତର ବାବୁସାନଙ୍କ ପାଖରୁ ଜାଣିଛି ପୋଲିସ । ସେ ପଚରାଉଚରାରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଖାରବେଳନଗର ଥାନା ଆଇଆଇସି କହିଛନ୍ତି । ସେ କହିଛନ୍ତି, ଏହା ଏକ ପାରିବାରିକ ସମସ୍ୟା । ସେମାନେ ଏକ ପ୍ରତିଷ୍ଠିତ ଫ୍ୟାମିଲିର । ସେମାନେ ଜାଣିଛନ୍ତି ପରିବାର କେଉଁଟା ମଙ୍ଗଳ ହେବ । କେସର ତଦନ୍ତ ଚାଲିଛି । ମାମଲାର ସବୁ ଦିଗକୁ ଅନୁଧ୍ୟାନ ପରେ ଆଇନ ଅନୁସାରେ ପୋଲିସ ପଦକ୍ଷେପ ନେବ ବୋଲି ଖାରବେଳନଗର ଥାନା ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.