ଯାଜପୁର ବରଡ଼ା ଛକରେ ଦୁର୍ଘଟଣା ଘଟି ମା ଓ ଝିଅର ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ପୋଲିସ

ଯାଜପୁର(କେନ୍ୟୁଜ୍): ଯାଜପୁରରେ ଚାଞ୍ଚଲ୍ୟ । ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁର ସାଂଘାତିକ ସତ ସାମନାକୁ ଆସିଛି । କାଲିର ଘଟଣା ଦୁର୍ଘଟଣା ନଥିଲା । ସାଇଡ୍‌ ମରାକୁ ନେଇ ବଚସାରୁ ରାଗରେ ମାଆ ଓ ଝିଅଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା ଡ୍ରାଇଭର । ଯାଜପୁର ବରଡ଼ା ଛକରେ ଗତକାଲି ଅପରାହ୍ଣରେ ଦୁର୍ଘଟଣା ଘଟିଥିଲା । ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି ଚକ୍ରବର୍ତ୍ତୀ ।

ଶ୍ରୀତିକା ବାପାଙ୍କ ଶୁଦ୍ଧିକ୍ରିୟା ସାରି ଝିଅ ସହ ସ୍କୁଟରରେ ଫେରୁଥିଲେ । ଏତିକିବେଳେ ପଛପଟୁ ସେମାନଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଖି ବୁଜିଥିଲେ ମାଆ ଓ ଝିଅ । ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ପରେ ସାଂଘାତିକ ସତ ସାମନାକୁ ଆସିଛି । ଜେନାପୁର ପୋଲିସ ହତ୍ୟା ମାମଲା ରୁଜୁ କରି ଖୋଳତାଡ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.