କଣ୍ଟାବାଞ୍ଜି ସହରର ଏକ ଲଜ୍‌ ଉପରେ ପୋଲିସର ଚଢାଉ: ୬୦ ଲକ୍ଷ ଟଙ୍କା ଜବତ, ୭ ଗିରଫ

କଣ୍ଟାବାଞ୍ଜି(କେନ୍ୟୁଜ୍): ଲଜ୍‌ରୁ ୬୦ ଲକ୍ଷ ଜବତ। କଣ୍ଟାବାଞ୍ଜି ସହରର ଏକ ଲଜ୍‌ ଉପରେ ପୋଲିସ ଚଢାଉ କରି ଟଙ୍କା ଜବତ କରିଛି। ଚଢାଉ ସମୟରେ ରାଜ୍ୟ ବାହାରର ୭ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୬୦ଲକ୍ଷ ଟଙ୍କା ଜବତ ହୋଇଛି।

କଣ୍ଟାବାଞ୍ଜି SDPO ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ୍‌ରେ ଚଢାଉ କରିଥିବା ସମୟରେ ସେମାନେ ଜୁଆ ଖେଳୁଥିଲେ। ସେମାନଙ୍କ ପାଖରୁ ତାସ୍‌ ମଧ୍ୟ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି। ଟଙ୍କା କେଉଁଠୁ ଆସିଥିଲା ଏବଂ କୁଆଡ ଯାଉଥିଲା ସେନେଇ କଣ୍ଟାବାଞ୍ଜି ପୋଲିସର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.