ବାତ୍ୟାରେ ପୋଲିସ ବିଭାଗର ସଫଳ କାର୍ଯ୍ୟଧାରା, ଉନ୍ମୋଚିତ ହେଲା ଫନି ସଂପର୍କିତ ପ୍ରାମାଣିକ ଚିତ୍ର

ସଚିବାଳୟରେ ଉନ୍ମୋଚିତ ହୋଇଛି ଫନି ସଂପର୍କିତ ପ୍ରାମାଣିକ ଚିତ୍ର । ପ୍ରଳୟଙ୍କରୀ ବାତ୍ୟାରେ ପୋଲିସ ବିଭାଗର ସଫଳ କାର୍ଯ୍ୟଧାରା ସଂପର୍କରେ ଏଥିରେ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରି ବାତ୍ୟା ଫନି ବେଳେ ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିଲେ ୧୪ଟି ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ସହ ଦେଢ କୋଟିରୁ ଅଧିକ ଲୋକ । ଏଭଳି ଦୁର୍ବିପାକ ସମୟରେ ଲୋକଙ୍କ ସହ ଛିଡା ହୋଇଥିଲା ପୋଲିସ । ସଚେତନତା ସୃଷ୍ଟି କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲା । ବାତ୍ୟା ଫନି ଓ ପରବର୍ତ୍ତୀ ସମୟରେ ରାଜ୍ୟ ପୋଲିସର ସହାୟତାକୁ ନେଇ ଉନ୍ମୋଚିତ ହୋଇଛି ଏକ ପ୍ରାମାଣିକ ଚିତ୍ର । ଯାହାର ଶୀର୍ଷକ ରହିଛି ଭୟଙ୍କର ବାତ୍ୟା ଫନି ୨୦୧୯-ମୁକାବିଲାରେ ଓଡ଼ିଶା ପୋଲିସର ଭୂମିକା। ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପୋଲିସର ଏପରି କାର‌୍ୟ୍ୟକୁ ସେ ପ୍ରଶଂସା କରିଛନ୍ତି ।

ନିଶ୍ଚିତ ପଢ଼ନ୍ତୁ: ଯାଜପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପରିବା ବଗିଚାରେ ଜଣେ ଓ ଲୁଗା…

ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେବ ଅବା ରିଲିଫ ସାମଗ୍ରୀ ପରିବହନ ଓ ବଣ୍ଟନ । ରନ୍ଧା ଖାଦ୍ୟ ଯୋଗାଣ, ଆହତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଆଦି ପୋଲିସର କାର‌୍ୟ୍ୟ ଏହି ପ୍ରାମାଣିକ ଚିତ୍ରରେ ରହିଛି । ପୋଲିସର ଏପରି କାର‌୍ୟ୍ୟ ବେଶ୍ ପ୍ରଶଂସନୀୟ । ପ୍ରାମାଣିକ ଚତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ପୋଲିିସ ଡିଜି, ପୋଲିସ କମିଶନର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.