ଆଜିଠୁ ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ, ସମ୍ପୂର୍ଣ୍ଣ ବିଲ୍‌ଡିଂକୁ କରାଯିବ ବିଶୋଧନୀକରଣ

ଭୁବନେଶ୍ବର: ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ। ଶନିବାର ଓ ରବିବାର ଦୁଇ ଦିନ ପୋଲିସ ସେବା ଭବନ ବନ୍ଦ ରହୁଥିବାରୁ ଏହି ସମୟରେ ଏଠାରେ ସାନିଟାଇଜ୍‌ କରାଯିବ ।

ଆଜି ସକାଳ ୯ଟାରୁ ଆସନ୍ତାକାଲି ପର୍ଯ୍ୟନ୍ତ କୌଣସି ପୋଲିସ କର୍ମଚାରୀ କିମ୍ବା ସାଧାରଣ ଲୋକ ପୋଲିସ ଭବନକୁ ନଆସିବାକୁ କୁହାଯାଇଛି। ଶନିବାର ଓ ରବିବାର ଦୁଇ ଦିନ ଛୁଟି ରହୁଥିବାରୁ ଏହି ଦିନ ସମ୍ପୂର୍ଣ୍ଣ ବିଲ୍‌ଡିଂକୁ ବିଶୋଧନୀକରଣ କରାଯିବ। ଅନ୍ଯପଟେ କରୋନା ଯୋଦ୍ଧା ଭାବେ ଦିନ ରାତି କାର୍ଯ୍ଯ କରୁଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଏହି ମାରାତ୍ମକ ଭାଇରସ୍‌ କବଳରେ ସଂକ୍ରମିତ‌ ହେଉଛନ୍ତି । ଯାହାକୁ ନଜରରେ ରଖି ପୋଲିସ ସେବା ଭବନକୁ ବିଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.