ପୁରୀ: ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ବସ୍ତା ବସ୍ତା ଆଳୁ ନଷ୍ଟ, ଚାଷୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ

ପୁରୀ(କେନ୍ୟୁଜ୍): ଶୀତଳ ଭଣ୍ଡାରରେ ଆଳୁ ନଷ୍ଟ । ବସ୍ତା ବସ୍ତା ଆଳୁରୁ ଗଜା ବାହାରିବା ସହ ପଚିସଢ଼ି ନଷ୍ଟ ହେଲାଣି । ପୁରୀ ଜିଲ୍ଲା ପିପିଲି ନିକଟ ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ଆଳୁ ନଷ୍ଟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ୨୦ ହଜାର ପ୍ୟାକେଟ ଆଳୁ ସଂରକ୍ଷିତ ରଖାଯାଇପାରିବ । ଚଳିତବର୍ଷ ଏଠାରେ ଚାଷୀମାନେ ଆଠ ହଜାର ପ୍ୟାକେଟ ଆଳୁ ରଖିଥିଲେ । ହେଲେ ଫନିରେ ଶୀତଳଭଣ୍ଡାର କୁଲିଂ ଚାମ୍ବର ଭାଙ୍ଗି ଯାଇଥିବା ବେଳେ ଗ୍ୟାସ ଲିକ ହୋଇଥିଲା । ଏହାର ମରାମତି କରାଯାଇଥିବା ବେଳେ ବିଦ୍ୟୁତ ସରବରାହରେ ବ୍ୟାଘାତ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି । ଶୀତଳଭଣ୍ଡାରରେ ଆଳୁ ନଷ୍ଟ ହେଉଥିବାରୁ ଚାଷୀମାନେ ୪ ହଜାର ପ୍ୟାକେଟ ଆଳୁ ନେଇଯାଇଥିବା ବେଳେ ଆଉ ୪ ହଜାର ପ୍ୟାକେଟ ଆଳୁ ବସ୍ତା ରହିଛି । ଏହାକୁ ଶୀଘ୍ର ନେଇଯିବା ପାଇଁ ଶୀତଳଭଣ୍ଡାର ପକ୍ଷରୁ ଚାଷୀଙ୍କୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.