ଏସସିବିରୁ ଡିସଚାର୍ଜ ପରେ ଘରକୁ ଫେରିଲେ ପ୍ରଭାତ ବିଶ୍ୱାଳ : ଅଧିକ ଚିକିତ୍ସା ପାଇଁ ଆଜି ଯିବେ ଦିଲ୍ଲୀ

prabhat biswal

ଭୁବନେଶ୍ବର : ଘରକୁ ଫେରିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ଏସ୍‌ସିବିରୁ ଡିସ୍‌ଚାର୍ଜ ପରେ ବିଧାୟକ ପ୍ରଭାତ ବିଶ୍ୱାଳ ଘରକୁ ଫେରିଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆଜି ଦିଲ୍ଲୀ ଯିବେ । ରାଜ୍ୟ ବାହାରେ ଚିକିତ୍ସା ପାଇଁ ହାଇକୋର୍ଟ ପ୍ରଭାତ ବିଶ୍ୱାଳଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ଆବଶ୍ୟକ ହେଲେ ବିଦେଶରେ ମଧ୍ୟ ସେ ଚିକିତ୍ସା ହୋଇପାରିବେ ବୋଲି କୋର୍ଟ କହିଥିଲେ । ତାଙ୍କ ମେରୁଦଣ୍ଡ ଜନିତ ସମସ୍ୟା ଓ ସିଷ୍ଟ୍‌ ପାଇଁ ଚିକିତ୍ସା ଚାଲିିଛି । ୨୦୧୭ ମସିହା ସେପ୍ଟେମ୍ବର ୧୯ରେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ । ଗତ ୨୬ ତାରିଖରେ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ନିୟମିତ ଜାମିନ ମଞ୍ଜୁର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.