ଅଭେଦ୍ୟ ଗଡ଼କୁ କେହି ଭେଦିପାରିଲେନି, ପିପିଲିରେ ବିଜୟ ବାନା ଉଡ଼ାଇଲେ ଜୁନିୟର ମହାରଥୀ

କେନ୍ୟୁଜ୍(ବ୍ୟୁରୋ):  ପିପିଲିରେ ପୁଣି ବିଜେଡି । ବିଜୟ ବାନା ଉଡ଼ାଇଛନ୍ତି ଜୁନିୟର ମହାରଥୀ । ବାପାଙ୍କ ପରେ ପୁଅ । ପ୍ରଦୀପ ମହାରଥୀଙ୍କ ପରେ ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ ବାଜିମାତ କରିଛନ୍ତି । ବାପା ସାତ ଥର ବିଧାୟକ ଥିଲେ । ପୁଅ ଆରମ୍ଭ କଲେ ନୂଆ ଇନିଂସ । ଏଥିସହ ପିପିଲି ଗଡ଼ରେ ପୁଣି ଶୁଭିଛି ଶଙ୍ଖନାଦ । ସକାଳ ୮ଟାରେ ଆରମ୍ଭ ହୋଇଥିଲା ଗଣତି । ପ୍ରଥମରୁ ଲିଡ୍‌ କରିଥିଲା ରୁଦ୍ର । ଗଣତି ବଢ଼ିବା ସହ ଭୋଟ୍‌ ବ୍ୟବଧାନ ବି ବଢୁଥିଲା । ଏଥିସହ ଆରମ୍ଭ ହୋଇଥିଲା ସେଲିବ୍ରେସନ୍‌ । ବିଜେଡି ନେତା ଓ କର୍ମୀ ନାଚଗୀତ ଆରମ୍ଭ କରି ଦେଇଥିଲେ ।

ସେପଟେ ଆଶାରେ ରହିଗଲା ଆଶ୍ରିତଙ୍କ ଆଶା । ୨୦୧୯ ବିଧାନସଭା ନିର୍ବାଚନ ଅପେକ୍ଷା ଏଥର ତାଙ୍କର ଭୋଟ୍‌ ସଂଖ୍ୟା କମିଛି । ଦ୍ୱିତୀୟ ସ୍ଥାନରେ ରହିଲା ବିଜେପି । ସେହିପରି ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ବଢ଼ିଛି ବିଜେଡିର ଭୋଟ୍‌ ସଂଖ୍ୟା ଓ ଭୋଟ୍‌ ହାର । ବିଜେଡି ଖାତାରେ ୯୨ହଜାର ୮୧୦ ଭୋଟ୍‌ ପଡିଛି । ବିଜେପି ପାଇଛି ୭୨ହଜାର ୩୨୧ ଓ କଂଗ୍ରେସକୁ ମିଳିଛି ୪ହଜାର ୧୫୫ ଭୋଟ୍‌ । ଗତଥର ବିଜେଡିକୁ ୮୮ହଜାର ୫୧୮ ଭୋଟ୍‌ ମିଳିଥିଲା । ବିଜେପିକୁ ମିଳିଥିଲା ୭୨ହଜାର ୭୩୧ ଓ କଂଗ୍ରେସ ପାଇଥିଲା ୧୫ହଜାର ୭୮୭ ଭୋଟ୍‌ । ଉପନିର୍ବାଚନରେ ବଢ଼ିଛି ବିଜେଡିର ଭୋଟ୍‌ ପ୍ରତିଶତ । ବିଜେଡିକୁ ୫୩.୭୧ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୪୧.୮୫ ଓ ୨.୪ ଭୋଟ୍‌ ପ୍ରତିଶତ ଭୋଟ୍‌ ମିଳିଛି । ୨୦୧୯ରେ ବିଜେଡିକୁ ୫୦.୬୬, ବିଜେପିକୁ ୪୧.୨ ଓ କଂଗ୍ରେସ ପାଇଥିଲା ୫.୬୩ ପ୍ରତିଶତ ଭୋଟ୍‌ । ଫଳାଫଳ ଦର୍ଶାଉଛି ବିଜେଡିର ପ୍ରଦର୍ଶନ ଉନ୍ନତି ଆସିଛି ।

 ପିପିଲିରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅମାନତ ଉଡ଼ିଯାଇଛି । ପ୍ରଦୀପ ମହାରଥୀଙ୍କ ଅଭର୍ତ୍ତମାନରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ଦୁଇ ଦୁଇ ଥର ସ୍ଥଗିତ ରହିବା ଭୋଟ୍‌ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.