ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ

ପୁରୀ(କେନ୍ୟୁଜ୍): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ କରି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ରତ୍ନ ଭଣ୍ଡାର ସୁରକ୍ଷିତ ଅଛିକି ନାହିଁ ତାହାକୁ ନେଇ ରାଜ୍ୟବାସୀ ଅନ୍ଧାରରେ । ସରକାର ଏବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲିଲେ ନାହିଁ କି ଚାବି ଖୋଜିଲେ ନାହିଁ । ନିର୍ଦ୍ଦିଷ୍ଟ ସମୟ ସୀମା ଓ ପୁରା ସ୍ୱଚ୍ଛତାରେ ରତ୍ନ ଭଣ୍ଡାର ଖୋଲି ଏହାର ଯାଞ୍ଚ ହେଉ ବୋଲି ଚିଠିରେ ଲେଖିଛନ୍ତି । ରତ୍ନ ଭଣ୍ଡାରକୁ ଖୋଲି ସେଥିରେ ଥିବା ମୂଲ୍ୟବାନ ରତ୍ନ ସୁରକ୍ଷିତ ଅଛି କି ନାହିଁ, ତାକୁ କାହିଁକି ରାଜ୍ୟ ସରକାର ସ୍ୱଷ୍ଟ କରୁନାହାନ୍ତି ବୋଲି ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଛନ୍ତି । ତୁରନ୍ତ ରତ୍ନ ଭଣ୍ଡାରକୁ ଖୋଲି ଏଥିରେ ଥିବା ମୁଲ୍ୟବାନ ଅଳଙ୍କାର ସବୁ ସୁରକ୍ଷିତ ଅଛି କି ନାହିଁ ତାହାର ଯାଞ୍ଚ ସହ ୧୯୭୮ ମସିହାର ତାଲିକା ସହ ମେଳ କରିବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.