ବିବାଦ ପରେ ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ମୁମ୍ବାଇ ଗଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର(କେନ୍ୟୁଜ୍): ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ରାଜଧାନୀ ରାଜରାସ୍ତାରେ ବାବୁସାନ୍‌-ପ୍ରକୃତି-ତୃପ୍ତି ବିବାଦ ପରେ ମୁମ୍ବାଇ ଚାଲିଯାଇଥିବା ସୂଚନା ମିଳିଛି। ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ମୁମ୍ବାଇ ଯାଇଥିବା କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ତାଙ୍କ ସହ ମାଆ କୃଷ୍ଣପ୍ରିୟା ମିଶ୍ର ମଧ୍ୟ ଅଛନ୍ତି।

ଖରାପ ସମୟ ଯାଇଛି, ଭଲ ସମୟ ଆସିଛି ବୋଲି କହିଛନ୍ତି ମନ୍ମଥ ମିଶ୍ର। ଗତ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି ମିଶ୍ରଙ୍କୁ ଦେଖି ଝଗଡ଼ା କରିଥିଲେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ । ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.