ଆଜିଠୁ ପୁଣି ଥରେ ଆରମ୍ଭ ହେବ କି ବାବୁସାନଙ୍କ ସୁଖର ସଂସାର? ଜନ୍ମଦିନରେ ଘରେ ଗ୍ରାଣ୍ଡ ସେଲିବ୍ରେସନ ପାଇଁ ପ୍ରସ୍ତୁତି

କେନ୍ୟୁଜ୍ : ଆଜି ବାବୁସାନଙ୍କ ଜନ୍ମଦିନ । ମାଆ ଓ ବାପାଙ୍କ ସହ ମିଡ ନାଇଟରେ ବର୍ଥ ଡେ ପାଳିଲେ ବାବୁସାନ । ରାତିରେ ଘରେ କେକ୍‌ କାଟିଥିବା ସୂଚନା ମିଳିଛି । ଏତିକିବେଳେ କିଛି ସମ୍ପର୍କୀୟ ବି ଉପସ୍ଥିତ ଥିଲେ । ଆଜି ପତ୍ନୀ ତୃପ୍ତି ଓ ପୁଅ ସହ ବାବୁସାନ ପାଳିବେ ଜନ୍ମଦିନ । ଘରେ ଗ୍ରାଣ୍ଡ ସେଲିବ୍ରେସନ ପାଇଁ ପ୍ରସ୍ତୁତି ହୋଇଛି । ବଡ଼ କେକ୍‌ ବି ଅର୍ଡର ଦିଆଯାଇଛି । ଯଦି ପୁଅକୁ ଧରି ତୃପ୍ତି ଜଗନ୍ନାଥବିହାର ଘରକୁ ନଆସନ୍ତି ନିଜେ ପତ୍ନୀଙ୍କ ପାଖକୁ ଯିବେ ବାବୁସାନ । ସେମାନଙ୍କୁ ଧରି ବାପା ମାଆଙ୍କ ପାଖକୁ ଆସିବେ ବୋଲି ସୂଚନା ମିଳିଛି । ତାପରେ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବର୍ଥ ଡେ ପାଳିବେ ବାବୁସାନ ।

ଜନ୍ମଦିନରେ ଏକାଠି ହେବେ କି ପତି-ପତ୍ନୀ ? ଆଜିଠୁ ପୁଣି ଥରେ ଆରମ୍ଭ ହେବ କି ବାବୁସାନଙ୍କ ସୁଖର ସଂସାର ? ଆପୋସ ସମାଧାନରେ ତୁଟିବ କି ବିବାଦ ? ଗତକାଲି ରାତିରେ ଗଣମାଧ୍ୟମ ସାମ୍ନାକୁ ଆସି ପରିବାର ସହ ଜନ୍ମଦିନ ପାଳନ କରିବେ ବୋଲି କହିଥିଲେ ବାବୁସାନ । ସ୍ତ୍ରୀ ଓ ପୁଅ ନ ଆସିଲେ ତାଙ୍କ ଘରକୁ ଯିବେ ବୋଲି କହିଥିଲେ । ଚେନ୍ନାଇରୁ ଫେରିବା ପରେ ବାବୁସାନ ଜଗନ୍ନାଥବିହାର ଘରେ ବାପା ମାଆଙ୍କ ସହ ରହୁଛନ୍ତି । ଏଯାଏ ରାସ୍ତାରେ ଘରୋଇ କଳି ବାବଦରେ ମୁହଁ ଖୋଲୁ ନାହାନ୍ତି । ସବୁଦିନେ ଘରୁ କିଛି ସମୟ ପାଇଁ ବାହାରକୁ ଆସି ମିଡିଆ ଆଗରେ ଠିକ୍‌ ସମୟରେ ଠିକ କଥା କହିବେ ବୋଲି କହୁଛନ୍ତି ବାବୁସାନ୍‌ । ପ୍ରଥମେ ପୋଲିସରେ ବୟାନ ରେକର୍ଡ କରିବା ପରେ ଗଣମାଧ୍ୟମକୁ ବୟାନ ଦେଇ ପାରନ୍ତି ବାବୁସାନ । ବାବୁସାନ କେବେ ଥାନାରେ ହାଜର ହେବେ ? ଆପୋସ ସମାଧାନରେ ତୁଟିବ କି ପତି-ପତ୍ନୀ ବିବାଦ ? ସିନେ ଷ୍ଟାରଙ୍କ ଘରୋଇ କଳି ଆଗକୁ କି ମୋଡ଼ ନେବ ତାଉପରେ ଏବେ ନଜର ।

Leave A Reply

Your email address will not be published.