ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଆଜି ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି ରାଜଭବନରେ ରାତ୍ରିଯାପନ ପରେ ଆଜି ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପରେ ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲର ଲୋକାର୍ପଣ କରିବେ। ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୯ଟା ୧୫ରେ ଝାରସୁଗୁଡା ବିମାନ ବନ୍ଦର ଯିବେ। ରାଉରକେଲା ଏୟାର ଷ୍ଟ୍ରିପରେ ୧୦ଟା ୩୫ରେ ପହଞ୍ଚିବେ।

ସକାଳ ୧୧ଟାରେ ଏନଆଇଟି ୧୮ତମ ସମାବର୍ତନ ଉତ୍ସବରେ ଯୋଗ ଦେବେ। ଅପରାହ୍ନ ୩ଟା ୪୫ରେ ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲର ଲୋକାର୍ପଣ କରିବେ। ସାଢେ ୪ଟାରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି। ଏଥିପାଇଁ ରାଉରକେଲାରେ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ଦାୟିତ୍ୱରେ ରହିବେ ୪୦ପ୍ଲାଟୁନ ପୋଲିସ ଫୋର୍ସ। ୨୨ତାରିଖରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ପରେ କୋଣାର୍କରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି। ସେଦିନ ସଂଧ୍ୟାରେ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍‌ଣ ୪ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.