ମମିତା ମେହରଙ୍କୁ କରାଯାଇଛି କି ହତ୍ୟା? ଜେରା ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି କି ? ମମିତା ନିଖୋଜ ମାମଲାରେ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରାତି ତମମା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜେରା କରିଥିଲା ପୋଲିସ। ଗୋବିନ୍ଦଙ୍କ ଦୁଇ ସହଯୋଗୀ ଓ ଷ୍ଟାଡିୟମରେ କାମ କରୁଥିବା ଜେସିବି ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଥିଲା। ଗୋନ୍ଦିଙ୍କ ସହ ଏମାନଙ୍କର ମୁହାଁମୁହିଁ ଜେରା ହୋଇଥିଲା। ଏ ସମୟରେ ପୋଲିସ ମମିତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ପାଇଛି। ହତ୍ୟା କରିଥିବା ନେଇ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ପୋଲିସ କିନ୍ତୁ ଏ ଯାଏ କିଛି ସ୍ପଷ୍ଟ କହି ନାହିିଁ।

ଆଠ ତାରିଖ ଦିନ ଚାନ୍ଦୋତର ଛକରୁ ଗୋବିନ୍ଦ ମମିତାଙ୍କୁ କେଉଁଠିକୁ ନେଇଥିଲେ। ଷ୍ଟାଡିୟମରେ ମିଳିଥିବା ମୃତ ଦେହର ଅଂଶ ବିଷୟରେ ପୋଲିସ ସୂଚନା ପାଇ ସାରିଥିବା ଜଣା ପଡିଛି। ଗତକାଲି ମହାଲିଙ୍ଗରେ ନିର୍ମାଣାଧିନ ଷ୍ଟାଡିୟମ ମାଟି ଖୋଳି ପୋଡ଼ି ଯାଇଥିବା ମୃତଦେହର ଅଂଶ, ସୁନା ଚେନ୍‌, ପାଉଁଜି ଓ ଭ୍ୟାନିଟି ବ୍ୟାଗ୍‌ ପାଇଥିଲା ପୋଲିସ । ଚେନ୍‌, ପାଉଁଜି ଓ ବ୍ୟାଗ୍‌ ଝିଅର ବୋଲି ଦାବି କରିଥିଲେ ମମିତାଙ୍କ ପରିବାର।

ସୂଚନା ଥାଉକି, ଗତକାଲି ସିନ୍ଧେକିଲା ବୁଢ଼ୀପଦର ଅଂଚଳରୁ ଗୋବିନ୍ଦକୁ ଗିରଫ କରିଥିଲା ପୋଲିସ । ଆଖୁ କିଆରୀରେ ଲୁଚିଥିବା ବେଳେ ପୋଲିସ ହାତରେ ଧରାପଡିଥିବା ନେଇ ସୂଚନା ମିଳିଥିଲା । ଟିଟଲାଗଦ ପୋଲିସକୁ ଚକମା ଦେଇ ଖସି ପଳେଇବାକୁ ଚେଷ୍ଟା କରିଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପୂର୍ବରୁ ଗୋବିନ୍ଦ ସାହୁକୁ ଧରିବା ପାଇଁ ୨୦ ହଜାର ଟଙ୍କା ରଖିଥିବା ବେଳେ ପରେ ସେହି ମୂଲ୍ୟକୁ ଗତକାଲି ଅପରାହ୍ନରେ ଲକ୍ଷେକୁ ବୃଦ୍ଧି କରାଯାଇଥିଲା ।  ସୂଚନା ଦେବା ଯୋଗ୍ୟକି ପୂର୍ବରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ମାଲିକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଘୋଷଣା କରିଥିଲା ବଲାଙ୍ଗିର ପୋଲିସ । ତାଙ୍କ ସମ୍ପର୍କରେ ସୂଚନା ଦେଲେ କିମ୍ବା ଧରାଇଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସୂଚନା ଜାରି କରାଯାଇଥିଲ । ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଥିବାବେଳେ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ବଲାଙ୍ଗୀର ଏସ୍ପି ଅଫିସରେ ଗୋବିନ୍ଦଙ୍କୁ ରଖାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.