ସ୍କୁଲରେ ପାଠପଢା ବଦଳରେ କାମରେ ଲଗାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ, କାମ ନକଲେ ମିଳୁଛି ଶାରୀରିକ ଦଣ୍ଡ: ଭିଡିଓ ହେଉଛି ଭାଇରାଲ

ଆଳି (କେନ୍ୟୁଜ):  ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ବଦଳରେ ପ୍ରଧାନ ଶିକ୍ଷୟତ୍ରୀ ବିଭିନ୍ନ କାମରେ ନିୟୋଜିତ କରୁଥିବାର ଅଭିଯୋଗ।ଏଭଳି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆଉ କାମ ନକଲେ ମିଳୁଛି ଶାରୀରିକ ଦଣ୍ଡ ।ଏଭଳି ଗୁରୁତ୍ୱର ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଆଗପଡା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ।

ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ବାରିକ ଛାତ୍ର ଛାତ୍ରୀ ମାନକୁ ବିଭିନ୍ନ ସମୟରେ ସ୍କୁଲ ପରିସରରେ ଝାଡୁ ମାରିବା,ବାସନ ମାଜିବା,ସ୍କୁଲ ଘର ପୋଛିବା,ଅଇଁଠା ପତ୍ର ଗୋଟାଇବା,ଦେବାଲରେ ପାଣି ଦେବା ଆଦି କାର୍ଯ୍ଯ କରାଉଥିବା ଛାତ୍ର ଛାତ୍ରୀ ଓ ଅବିଭାବକ ମାନେ ଅଭିଯୋଗ କରିଛନ୍ତି।ଏନେଇ ତଦନ୍ତ କରାଯାଇ କାର୍ଯ୍ଯାନୁଷ୍ଠାନ ଦାବିକରି ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ସ୍କୁଲ କମିଟିର ଉପ ସଭାପତି ଅଭିଯୋଗ କରିଛନ୍ତି।ଅନ୍ଯ ପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ।ଘଟଣାର ସତ୍ୟତା ଥିଲେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ରାଜକନିକା ବିଇଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.