କଟକ : ହସ୍ପିଟାଲରୁ ଫେରାର ହେଲା ହତ୍ୟା ଅଭିଯୁକ୍ତ, ମଙ୍ଗଳାବାଗ ଥାନାରେ ଏତଲା

କଟକ(କେନ୍ୟୁଜ୍): କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କଏଦୀ ଫେରାର ଘଟଣା । ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ । ଫେରାର ବିଚାରାଧୀନ କଏଦୀ ହେଲା କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳର ମୁକୁ ସାନ୍ତା । ଫେରାର ଆସାମୀ ବିରୋଧରେ ହତ୍ୟାକାଣ୍ଡ ଅଭିଯୋଗ ରହିଛି ।

ତାକୁ ଗତବର୍ଷ ଅଗଷ୍ଟ ୨୬ରେ କୋରାପୁଟ ସର୍କଲ ଜେଲ୍‌ରୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । କର୍କଟ ରୋଗର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ଆଚାର୍ଯ୍ୟ ହରିହରରୁ ଗତକାଲି ତାଙ୍କୁ ଡିସ୍‌ଚାର୍ଜ କରିଥିଲେ ଡାକ୍ତର । କିଛି ସମୟ ତାଙ୍କ ସହ ଜେଲ୍‌ କର୍ମଚାରୀ ନଥିବାର ସୁଯୋଗ ପାଇ ଖସି ପଳାଇଛି କଏଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.