ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ

ପିପିଲି : ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ମାମଲାକୁ ଗ୍ରହଣ କରି ନିର୍ବାଚନ କମିସନଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ହୋଇଛି। ନିର୍ବାଚନ ହେଲା ଶତାଧିକ ଲୋକ କୋଭିଡ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ନିର୍ବାଚନ ସୁପର ସ୍ପ୍ରେଡର ପାଲଟିଯାଇ ପାରେ ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ, ରାଜ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ଏଥିରେ ପକ୍ଷଭୂକ୍ତ କରାଯାଇଛି। ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ମେ ୭ତାରିଖରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୬ ତାରିଖରେ ନିର୍ବାଚନ କରିବାକୁ କମିଶନ ତାରିଖ ନିର୍ଦ୍ଦାରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.