ବୌଦ୍ଧ ମନମୁଣ୍ଡାରେ ଜଳିଲା ହତ୍ୟାକାଣ୍ଡର ନିଆଁ : ଅଭିଯୁକ୍ତଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଗତକାଲି ଯୁବକଙ୍କୁ ଅତି ବୀଭତ୍ସ ଭାବେ ହୋଇଥିଲା ହତ୍ୟା । ଦଉଳି ଗାଁର ୪ ଜଣ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବୌଦ୍ଧ : ମନମୁଣ୍ଡାରେ ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା । ଅଭିଯୁକ୍ତଙ୍କ ଘର ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ସୂଚନା ଅନୁସାରେ ଗତକାଲି ମନମୁଣ୍ଡାରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିବାବେଳେ ଭୀମସେନା ସେଠୀ ନାମକ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଥିଲା । ଦଉଳି ଗାଁର ୪ ଜଣ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ମନମୁଣ୍ଡା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.