ଭକ୍ତ ପଚାରୁଛନ୍ତି ପ୍ରଶ୍ନ : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ତ ଖୋଲା, ଗୁଣ୍ଡିଚା ମନ୍ଦିର ବନ୍ଦ କାହିଁକି ?

ପୁରୀ (କେନ୍ୟୁଜ୍‌) : ଦୀର୍ଘ ଅଢ଼େଇ ବର୍ଷ ପରେ ମଧ୍ୟ ଖୋଲିଲା ନାହିଁ ପୁରୀ ଗୁଣ୍ଡିଚା ମନ୍ଦିର। ମରାମତି ପାଇଁ ଏବର୍ଷ ମଧ୍ୟ ଖୋଲିବ ନାହିଁ । ଯାହା ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଛି। ପ୍ରଚାର, ପ୍ରସାର ଅଭାବରୁ ପ୍ରତିଦିନ ସହସ୍ରାଧିକ ପର୍ଯ୍ଯଟକ ଗୁଣ୍ଡିଚା ମନ୍ଦିର ଆସି ନିରାଶ ହୋଇ ଫେରୁଛନ୍ତି। ରଥଯାତ୍ରା ସମୟରେ ବର୍ଷକୁ ମାତ୍ର ୯ ଦିନ ଗୁଣ୍ଡିଚା ମନ୍ଦିର ଖୋଲା ରହୁଛି। କୋଭିଡ୍‌ କଟକଣା ମଧ୍ୟରେ ଓ ପରେ ଶ୍ରୀମନ୍ଦିର ଖୋଲାଯାଇ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ୍‌ ହୋଇଛି ।

ସେହିପରି ମହାପ୍ରଭୁ ବାହାରେ ଥିବା ବେଳେ ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣ ପାଇଁ ଯାଞ୍ଚ ଆଦି ହୋଇଛି । ତେବେ ଗୁଣ୍ଡିଚା ମନ୍ଦିରର କିଛି ସ୍ଥାନରେ ମରାମତି ପାଇଁ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି । ହେଲେ ପରିଚାଳନା କମିଟିର ସଦସ୍ଯ କିନ୍ତୁ କହିଛନ୍ତି ମନ୍ଦିରର ଭିତର ବେଢାକୁ ଭକ୍ତଙ୍କୁ ଛଡାଯାଉ। ସେପଟେ ଆସନ୍ତା ପରିଚାଳନା କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହେବାକୁ ଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ମନ୍ଦିର ବନ୍ଦ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମନ୍ଦିର ବାହାରୁ ଦର୍ଶନ କରି ମନଦୁଃଖରେ ଫେରୁଛନ୍ତି ଶହଶହ ଭକ୍ତ। ତୁରନ୍ତ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ସବୁରି ମହଲରେ ଦାବି ହୋଇଛି।

GUNDICHA-2

ପୁରୀକୁ ଆସୁଥିବା ଭକ୍ତ ଓ ତୀର୍ଥଯାତ୍ରୀମାନେ ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯିବାକୁ ଭୁଲି ନଥାନ୍ତି। କିନ୍ତୁ ଏହି ପବିତ୍ର ମନ୍ଦିର ଏବେ ପ୍ରାୟ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ବନ୍ଦ ରହିଛି। ପୂର୍ବରୁ କରୋନା ଆଳକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖିବା ପରେ ଏବେ ମରାମତିକୁ ବାହାନା କରି ଗୁଣ୍ଡିଚା ମନ୍ଦିର ବନ୍ଦ ରଖିଛି ।

ସୂଚନା ଅନୁସାରେ, ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ ବିମ୍‌୍‌ରେ ଫାଟ ରହିଛି। କିନ୍ତୁ ଭକ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତର ବେଢା ଓ ଗର୍ଭଗୃହ ଦର୍ଶନକୁ ନେଇ କୌଣସି ପ୍ରତିବନ୍ଧକ ଲଗାଇବା ଠିକ୍‌ ନୁହେଁ । ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବ।
ଗୁଣ୍ଡିଚା ମନ୍ଦିର ବନ୍ଦ ହେବା ଦ୍ଵାରା ରାଜସ୍ୱ ହାନି ହେଉଛି।ଗୁଣ୍ଡିଚା ମନ୍ଦିରର ମରାମତି କାମ ଓବିସିସି ଦ୍ୱାରା କରାଯିବା ପରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ ସେନେଇ କିଛି ସନ୍ତୋଷଜନକ ଉତ୍ତର ରଖି ନାହାନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.