ଆଜିଠାରୁ ଯାଞ୍ଚ ହେବ ପୁରୀ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ: ଆଜିଠାରୁ ଯାଞ୍ଚ ହେବ ପୁରୀ ଶ୍ରୀମନ୍ଦିର ଗର୍ଭଗୃହ। ୨୩ ତାରିଖ ପର୍ୟ୍ୟନ୍ତ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ଯାଞ୍ଚ ହେବ। ନାଟମଣ୍ଡପର ଗରୁଡ଼ ସ୍ତମ୍ଭଉପର ଭାଗ ବିମ୍ ଦୁର୍ବଳ ଅବସ୍ଥାରେ ରହିଛି। ଜଗମୋହନ-ନାଟମଣ୍ଡପର ସଂଯୋଗସ୍ଥଳ ସଙ୍ଗୀନ୍ ସ୍ଥିତିରେ ରହିଛି। ମହାପ୍ରଭୂ ବର୍ତ୍ତମାନ ଗୁଣ୍ଡିଚାମନ୍ଦିରରେ ଅବସ୍ଥାନ କରୁଥିବାରୁ ଗର୍ଭଗୃହର ଆମୂଳଚୂଳ ଯାଞ୍ଚ କରିବ ବିଶେଷଜ୍ଞ କମିଟି।

ଏଏସଆଇ, କୋରକମିଟି ଓ ପୂର୍ତ୍ତବିଭାଗ ଇଞ୍ଜିନିୟର ମାନଙ୍କୁ ନେଇ ଗଠିତ ଏକ ଯୁଗ୍ମ କମିଟି ଏହି ଯାଞ୍ଚ କାର୍ୟ୍ୟରେ ସାମିଲ ହେବେ। ଯାଞ୍ଚ ସମୟରେ ଗର୍ଭଗୃହ ଓ ଜଗମୋହନରେ ବାୟୁ ସ଼ଞ୍ଚାଳନ ବ୍ୟବସ୍ଥା, ଗର୍ଭଗୃହ ସ୍ଥିତି ଏବଂ ଜଗମୋହନ ମରାମତି ପରେ ଏହାର ସ୍ଥିତି ସମ୍ପର୍କରେ ତଦାରଖ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.