ସମ୍ବଲପୁର ଭାଲୁପାଲିରେ ଥିବା ଗୁଟଖା କାରଖାନା ଉପରେ ଚଢ଼ାଉ: ହୋଇଛି କୋଟିଏରୁ ଅଧିକ ଟଙ୍କାର ଜିଏସଟି ଠକେଇ, ୩ଟି ଟ୍ରକ ଅଟକ

ସମ୍ବଲପୁରୁ: ସମ୍ବଲପୁରରେ ଥିବା ବେଆଇନ୍ ଗୁଟୁଖା କାରଖାନାମାନଙ୍କରେ ଶୁକ୍ରବାର ଚଢ଼ଉ କରାଯାଇଛି। ଏହି ଅବସରରେ ଜିଏସଟି ବିଭାଗ ଭୁବନେଶ୍ୱର ଓ ସମ୍ବଲପୁରୁ ଟିମ ଚଢ଼ଉ କରି ଏକ କାରଖାନାରୁ ଅନେକ କାଗଜପତ୍ର ଓ କମ୍ପ୍ୟୁଟର ଜବତ କରିଛନ୍ତି। କାରଖାନାର ସାମଗ୍ରୀ ଆକଳନ ଏବେବି ଜାରି ରହିଛି। କାରଖାନା ମାଲିକ କେ.ସୁଗନ୍ଧ ଓ ସୁପରଭାଇଜରଙ୍କୁ ସୂଚନା ଦେଇଥିଲେ ମଧ୍ୟ ସେମାନେ ଆସୁନଥିବାରୁ ଗୋଦାମ ଖୋଲା ଯାଇନାହିଁ।

ଯଦି ସେମାନେ ନ ଆସିଲେ ଆଇନ ଅନୁଯାୟୀ ଗୋଦାମ ଖୋଲାଯାଇ ସାମଗ୍ରୀ ଗୁଡିକୁ  ଯାଞ୍ଚ କରାଯିବ। ଏପର୍ଯ୍ୟନ୍ତ କମ୍ପାନୀର ୩ଟି ମାଲବୋଝେଇ ଟ୍ରକ ଅଟକ ରଖାଯାଇଛି। ପ୍ରାଥମିକ ତଦନ୍ତରୁ କୋଟିଏରୁ ଅଧିକ ଟଙ୍କାର ଜିଏସଟି ଓ ଅନ୍ୟ ଟିକସ ଠକେଇ ହୋଇଥିବା ଜଣାପଡିଛି। କେତେ ଟଙ୍କା ଆଉ ଏହି ଟଙ୍କାକୁ କିଭଳି ଠକେଇ କରାଯାଇଛି ଯାଞ୍ଚ ପରେ ଜଣାପଡ଼ିବ ବୋଲି ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.